କଳାହାଣ୍ଡି କେସିଙ୍ଗା ରେ ଭାରତ ବନ୍ଦ ର ପ୍ରଭାବ

 

କୋଶଲ ନ୍ୟୁଜ୍ ବ୍ୟୁରୋ :- କଳାହାଣ୍ଡି- କେନ୍ଦ୍ର ସରକାର ଙ୍କ ତିନୋଟି କୃଷି ବିଲ କୁ ପ୍ରତ୍ୟାହାର କରିବା ଉଦେଶ୍ୟ ରେ ଆଜି ଭାରତ ବନ୍ଦ ଙ୍କୁ କେସିଙ୍ଗା ବ୍ଲକ୍ ଉତ୍କେଲା ଠାରେ ବିଭିନ୍ନ ରାଜନୈତିକ ଦଳ ସହ ଅନୁଷ୍ଠାନ ମିଶି ସମର୍ଥନ ଜଣାଇଥିଲେ।


ସକାଳ ୧୧ ଟାରୁ ୩ଟା ପର୍ଯ୍ୟନ୍ତ ଚକା ଜାମ କରିବା ସହ ସମସ୍ତ ଦୁକାନ ବଜାର ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଥିଲା ବହୁଜନ ସମାଜ ପାର୍ଟି,ବହୁଜନ ମୁକ୍ତି ମୋର୍ଚ୍ଚା,ଅଲ୍ ଓଡିଶା ସିଡୁଲ୍ଟ କାଷ୍ଟ ଫେଡେରେସନ,ଅନୁସୂଚୀତ ଜାତି ବିକାଶ ପରିଷଦ, ଉତ୍କେଲା ବିକାଶ ମଞ୍ଚ,ଏସ ସି,ଏସ ଟି ମିଳିତ ମଞ୍ଚ ତଥା ଅଞ୍ଚଳ ର ଚାଷୀ  କର୍ମକର୍ତ୍ତା ମିଶି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ,ବନ୍ଦ କାର୍ଯ୍ୟକ୍ରମ ରେ ବିଭିନ୍ନ ସଂଗଠନ ରୁ ଜଗନ୍ନାଥ ନାଏକ, ଜୟ ପ୍ରକାଶ ଜାଲ,ଜଳନ୍ଧର ବେହେରା, ସନ୍ତୋଷ ନାଏକ,ଲବ କରଆଁ, ଟଙ୍କ ନାଏକ,ଅର୍ଜୁନ ପୋଢ଼,ନୀତିଶ ନାଏକ,ଧୀରେନ୍ଦ୍ର ସାହୁ,ପଦ୍ମନ୍ ମାଝୀ,ମୁଙ୍ଗଲୁ ମାଝୀ, ଟଙ୍କ ଧର ମାଝୀ,ମନୋଜ  ବାଗ,କୁବେର କରୁଆଁ,ପଙ୍କଜ ବିଶି,ଯୁବରାଜ କୁମାର,ବିପିନ ଛତ୍ରିଆ,ସୁଶାନ୍ତ ନାଏକ,କୃତିବାସ ନୀହାଲ,ବଦ୍ୟନାଥ ବେହେରା,ଧନଞ୍ଜୟ ନାଗ,ବାଲ କିଶନ ବେହେରା,ଇଲୁ ତାଣ୍ଡି,ପ୍ରଶାନ୍ତ କୁମ୍ଭାର, ବୁଲୁ ନାଗ,ଉମେଶ ନାଗ,ଶ୍ୟାମ ତାଣ୍ଡି,ଅନିଲ ବାଗ,ପରମା ତାଣ୍ଡି, ସତ୍ୟ ବେହେରା,ସୁଦାମ ସୁନା,ଆକାଶ ବେନୀଆ,ମନୋଜ ନାଏକ,ତୋଫାନ ନାଗ ଆଦି ସହଯୋଗ କରି ଥିଲେ କେସିଙ୍ଗା ଆଇ ଆଇ ସି, ଏସ ଡି ପି ଓ, ଉତ୍କେଲା ଫାଣ୍ଡି ଅଧିକାରୀ ଶାନ୍ତି ରେ ବନ୍ଦ କାର୍ଯ୍ୟକ୍ରମ କରିବା କୁ ନିର୍ଦ୍ଦେଶ କରି ସହଯୋଗ କରିଥିଲେ।

Comments
Loading...