ଇଣ୍ଟେର୍ନେଟ ନାହିଁ ତ ଭୋଟ ନାହିଁ,ନିର୍ବାଚନ ପୂର୍ବରୁ ନାରା ଦେଲେଣି ସିନ୍ଧିବାହାଳି ସମେତ ଅଞ୍ଚଳବାସୀ

• ମୋବାଇଲ ନେଟୱାର୍କ ସେବା ପାଇଁ ଭୋଟ ବର୍ଜନର ନିଷ୍ପତି
• ନେଟୱାର୍କ ପାଇଁ ଭୋଟ ବର୍ଜନର ଆଗୁଆ ଚେତାବନୀ
• ନେଟୱାର୍କ ସମସ୍ୟା ନେତାଙ୍କୁ ହୋଇପାରେ ଅଡ଼ୁଆ
• କେବେ କାର୍ଯ୍ୟକାରୀ ହେବ ନେଟୱାର୍କ ସେବା

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍): ଯୋଗାଯୋଗ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆସିଥିବା କେନ୍ଦ୍ରସରକାର ଡିମଡିମା ପିଟୁଥିବା ବେଳେ ବାସ୍ତବିକ ଚିତ୍ର କିନ୍ତୁ ଓଲଟା। ଆଜିବି ଲାଞ୍ଜିଗଡ ବ୍ଲକର ଅନେକ ସ୍ଥାନରେ ନିର୍ଦ୍ଦିଷ୍ଟ ମୋବାଇଲ ନେଟୱାର୍କ ନିର୍ମାଣ କରାଯାଇଛି ସତ ହେଲେ ଉପାନ୍ତ ଅଞ୍ଚଳର ଅନେକ ଗାଁ ଗୁଡ଼ିକରେ ଏବେ ବି ଫୋନ କଲର ବ୍ୟବସ୍ଥା ମଧ୍ୟ ହୋଇନ’ଥିବା ଯୋଗୁଁ ଲୋକେ ୮ ରୁ ୧୨ କି:ମି.ରୁ ଉର୍ଦ୍ଧ ଦୂର ଦୁରାନ୍ତକୁ ଯିବା ସହ
ପାହାଡ଼ ଉପରେ ଚଢ଼ି ନେଟୱାର୍କ ଖୋଜି ଫୋନ୍ ତଥା ଅନଲାଇନ କାମ କରୁଥିବା ଚିତ୍ର ଆଗରୁ ଓ ଏବେ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଲାଞ୍ଜିଗଡ ବ୍ଲକର ବେଡ଼ାଗାଁ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିବାହାଳି,ଦେହେଡ଼ା ଓ କାନକୂଟୁରୁ ପଞ୍ଚାୟତର ମଟକେରା,ମୁସ୍କୁଟି,ବଚକା, କୁମାରପଡ଼ା ସେହିପରି ବନ୍ଧପାରି, କୁମଖାଳ ପଞ୍ଚାୟତର ବିଭିନ୍ନ ଗାଁରେ ନିର୍ଦ୍ଧିଷ୍ଟ ନେଟୱାର୍କ ନିର୍ମାଣ ହୋଇଛି କିନ୍ତୁ ଏବେ ଯାଏଁ ଇଣ୍ଟେର୍ନେଟର ବ୍ୟବସ୍ଥା କରାଯିବା ତ ଦୂରର କଥା ଫୋନକଲ ବ୍ୟବସ୍ଥା ମଧ୍ୟ ହୋଇପାରିନାହିଁ। ଯାହାଫଳରେ ଅଞ୍ଚଳ ବାସି ବିଭିନ୍ନ ସମୟରେ ଅନେକ ସମସ୍ୟା ଭୋଗୁଛନ୍ତି। ଅଞ୍ଚଳରେ ନେଟୱାର୍କ ସଂଯୋଗ ହେବାନେଇ ଅଞ୍ଚଳ ବାସୀଙ୍କ ମନରେ ହସ ଫୁଟିଥିଲା ହେଲେ ନିର୍ଦ୍ଧାରିତ ସମୟ ଠାରୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଇଣ୍ଟେର୍ନେଟର ବ୍ୟବସ୍ଥା ହୋଇ ନାହିଁ କି ଫୋନକଲର ସୁବିଧା ମଧ୍ୟ ହୋଇପାରିନାହିଁ। ଏନେଇ ଆଗକୁ ନିର୍ବାଚନ ରହିଥିବା ବେଳେ ପ୍ରଶାସନ ତଥା ରାଜନେତାଙ୍କ ପାଇଁ ଜନସାଧାରଣ ମାନେ ମଧ୍ୟ ସତର୍କତାର ଘଣ୍ଟି ବଜେଇବା ଆରମ୍ଭ କଲେଣି। ଯଥାସମ୍ଭବ ଇଣ୍ଟେର୍ନେଟ ତଥା ଫୋନକଲର ବ୍ୟବସ୍ଥା କରାଯାଉ ବୋଲି ଚାରି ଗୋଟି ପଞ୍ଚାୟତବାସି ଦାବି କରୁଛନ୍ତି ଏବଂ ଚଳିତ ମାସ ମଧ୍ୟରେ ସମସ୍ତ ଟାୱାରକୁ କାର୍ଯ୍ୟକାରୀ କରି ଫୋନକଲ ଓ ଇଣ୍ଟେର୍ନେଟର ସୁବିଧା ଯଦି ଯୋଗାଇ ଦିଆନ’ଯାଏ ତାହାହେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଅଞ୍ଚଳବାସୀ କଡ଼ାଚେତାବନୀ ଦେଇଛନ୍ତି। ଏପଟେ ମଟକେରା ଓ ସିନ୍ଧିବାହାଳି ଗ୍ରାମବାସୀ ଫୋନ କଲ ସୁବିଧା ସମେତ ଇଣ୍ଟର୍ନେଟ୍ ପାଇଁ ଭୋଟ ବର୍ଜନର ଶେଷ ନିଷ୍ପତ୍ତି ନେଇଥିବା କୁହାଯାଉଥିବା ବେଳେ ଇଣ୍ଟରନେଟ ନାହିଁ ତ ଭୋଟ ନାହିଁ ବୋଲି ଗଣମାଧ୍ୟମ ସମ୍ମୁଖରେ ନାରା ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଯଥା ସମ୍ଭବ ଉକ୍ତ ନେଟୱାର୍କ ଟିକୁ କାର୍ଯ୍ୟକାରୀ କରାନ’ଯାଏ ତାହାହେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ସିନ୍ଧିବାହାଳି ଗ୍ରାମବାସୀ ନିଷ୍ପତି ନେଇଥିବା ସହ କୌଣସି ରାଜନେତା ଙ୍କୁ ଗାଁକୁ ପ୍ରବେଶ କରାଇଦେବୁ ନାହିଁବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏହି ପରିପେକ୍ଷୀରେ ଉକ୍ତ ଅଞ୍ଚଳ ବାସୀଙ୍କ ସମସ୍ୟାର ସମାଧାନ କରାନଯାଏ ତା’ହେଲେ ଭୋଟ ବର୍ଜନର ନିଷ୍ପତି ଶେଷ ନିଷ୍ପତି ବୋଲି ଚର୍ଚ୍ଚା ହେଉଥିବାବେଳେ
କ’ଣ ସତରେ ପ୍ରାର୍ଥୀଙ୍କ ପାଇଁ ହୋଇପାରେ କି ଅଡ଼ୁଆ ? ତେବେ କେବେ ଅଞ୍ଚଳବାସୀଙ୍କୁ ଇଣ୍ଟେର୍ନେଟ ତଥା ଫୋନ କଲର ସୁବିଧା ଯୋଗାଇ ଦିଆ ଯାଉଛି ଅପେକ୍ଷାରେ ଅଞ୍ଚଳ ବାସୀ ।

ରିପୋର୍ଟ- ମଳୟ ବେନୁଆଁ (ରାହୁଲ୍)

Comments
Loading...