ବୋରିଗାଁରେ ଅଷ୍ଟ ପ୍ରହର ନାମ ଯଜ୍ଞ ଆରମ୍ଭ

ଲାଞ୍ଜିଗଡ଼,୦୫/୦୪(କୋଶଲ ନ୍ୟୁଜ୍): ଆଧ୍ୟାତ୍ମିକ ଭକ୍ତି ଭାବନାରେ ଧିରେ ଧିରେ ଲୋକେ ନିଜକୁ ସମର୍ପିତ କରୁଥିବା ବିଶେଷ ଭାବରେ ଏବେ ଦେଖିବାକୁ ମିଳୁଛି।କେଉଁଠି ଗାୟତ୍ରୀ ମହା ଯଜ୍ଞ ତ ଆଉ କେଉଁଠି କଳା କୃଷ୍ଣ ମହାଯଜ୍ଞ ହେଉଥିବା ବେଳେ ଗାଁ ମାନଙ୍କରେ ବହୁ ମାତ୍ରାରେ ହରି ନାମ ସଂକୀର୍ତ୍ତନ ଅଖଣ୍ଡ ନାମଯଜ୍ଞ ଦେଖିବାକୁ ମିଳୁଛି। ଠିକ ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାନକୁଟୁରୁ ଗ୍ରାମପଞ୍ଚାୟତ ଅଧିନସ୍ତ ପାଇକବୋରି ପ୍ରହରୀ ପଡ଼ିଆ ଠାରେ ବୋରିଗାଁ ଅଷ୍ଟପ୍ରହରୀ କମିଟିର ଆୟୋଜକ କ୍ରମେ ଶୁକ୍ରବାର ଅଷ୍ଟପ୍ରହରୀ ନାମ ଯଜ୍ଞ ଶୁଭାରମ୍ଭ ହୋଇଯାଇଛି। ଗୁରୁବାର ସନ୍ଧ୍ୟାରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ଶୁଭ କଳସ ଯାତ୍ରା କରି ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ଶହ ଶହ ସଂଖ୍ୟକ ଜନସମାଗମରେ କଳସ ଯାତ୍ରା ବୋରି ଗାଁକୁ ବେଶ ବିମୋହିତ କରିଥିଲା। ଏବଂ ଘଣ୍ଟ,ଶଙ୍ଖ,ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ଉଛୁଳି ପଡୁଥିଲା ପୁରା ଗାଁ। ବୋରିଗାଁ ଅଖଣ୍ଡ ନାମ ଯଜ୍ଞ ପୂଜା କମିଟିର ଆୟୋଜନ କ୍ରମେ ଅଷ୍ଟପ୍ରହର ନାମ ଯଜ୍ଞ ପାଇକବୋରି ପ୍ରହରି ପଡ଼ିଆ ଠାରେ ପ୍ରତି ବର୍ଷ ଭଳି ତୃତୀୟ ଥର ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ଜନସାଧାରଣଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ପୂଜା କମିଟି ପ୍ରହରୀ ଉପଦେଷ୍ଟା ଭାବେ ବନମାଳୀ ମାଝୀ, ମଳୟ ବିଭାର, ତ୍ରିନାଥ ବିଶି ରହିଥିବାବେଳେ ଯଜ୍ଞ କର୍ତ୍ତା ହୃଷିକେଶ ମାର୍ଥା ଏବଂ ତାଙ୍କ ଧର୍ମ ପତ୍ନୀ କୁମାରୀ ମାର୍ଥା ରହିଥିବାବେଳେ ପୂଜକ ଭାବରେ କୈଳାସ ଚନ୍ଦ୍ର ଦାଶ, ପ୍ରସାନ୍ତ କୁମାର ଦାଶ, ସନ୍ତୋଷ କୁମାର ଆଚାର୍ଯ୍ୟ ପୂଜା କାର୍ଯ୍ୟ ତୁଲାଉଥିବା ଜଣାପଡ଼ିଛି। ଏହି ନାମ ଯଜ୍ଞରେ ନିଜକୁ ଭକ୍ତି ଭାବନାରେ ସମର୍ପିତ କରିବାପାଇଁ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ପୁରା ବୋରିଗାଁ ଲୋକାରଣ୍ୟ ହୋଇପଡ଼ିଥିବାବେଳେ ଏହି ନାମ ଯଜ୍ଞ ଶନିବାର ସମାପନ ହେବା କମିଟି ପକ୍ଷରୁ ସୂଚନା ରହିଛି।

ରିପୋର୍ଟ- ମଳୟ ବେନୁଆଁ.

Comments
Loading...