ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

କଲମପୁର:-5/4(କୋଶଲ ନ୍ୟୁଜ )ଅବସରପ୍ରାପ୍ତ ଶିକ୍ଷକ ମହାଦେବ ବାଗ (୮୫)ଙ୍କ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହେଇଯାଇଛି। ଅଞ୍ଚଳର ବହୁ ସାମାଜିକ ସଂଗଠନ ସହିତ ଜଡିତ ଥିଲେ । ଯାଦବ ଜାତି ସମାଜର ଜଣେ ପୁରୁଖା ସଦସ୍ୟ ସହ ପରାମର୍ଶଦାତା ଥିଲେ । ସ୍ୱର୍ଗତ ବାଗଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ତାଙ୍କର ଅନୁଗାମୀ, ଛାତ୍ର, ବନ୍ଧୁ ଓ ପରିଜନ ବାବୁକେନ୍ଦୁଗୁଡା ବାସ ଭବନରେ ଶେଷ ଦର୍ଶନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ୨ ପୁଅ ବିଜେପି ନେତା ସୁଧୀର ରଞ୍ଜନ ଓ ସାମ୍ବାଦିକ ଲକ୍ଷ୍ମୀ ରଞ୍ଜନ ବାଗଙ୍କ ସହ ବୋହୁ ମମତା ବାଗ, ସୌଦାମିନୀ ବାଗ, ଝିଅ ଦୌପଦୀ ଓ ଏକାଦଶୀ ନାତୀ ସୌମ୍ୟ ରଂଜନ, ସତିଶ ରଞ୍ଜନ, ସୌରଭ ରଞ୍ଜନ, ନାତୁଣୀ ସୁହାସିନୀ ଉପସ୍ଥିତ ଥିବାବେଳେ, ହାତୀ ନଦୀ ଶ୍ମଶାନରେ ସ୍ୱର୍ଗତ ବାଗଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଉଭୟ ପୁଅ ମୁଖାଗ୍ନି ଦେଇଥିଲେ ।

Comments
Loading...