ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ବିକଳାଙ୍ଗ ମହିଳା

କୋଶଲ ନ୍ୟୁଜ୍ ବ୍ୟୁରୋ :- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମର ଡାଲିମ୍ବ ହରିଜନ (୫୧) ଯାହାକି ସେ ଦୀର୍ଘ ଚାରିବର୍ଷ ହେଲା ବିକଳାଙ୍ଗ ଅବସ୍ଥାରେ ରହିଛନ୍ତି । ଡାଳିମ୍ବର ସ୍ଵାମୀ ମଙ୍ଗରୁ ସବୁ ଦେଖାଚାହାଁ କରୁଥିଲେ। ଡାଳିମ୍ବର ସ୍ଵାମୀ ଗତ ମାସରେ ମୃତ୍ୟୁବରଣ କରିଥିବାବେଳେ ଏବେ ନିଜର ବୋଲି ପାଖରେ କେହି ନାହାନ୍ତି ।ଡାଳିମ୍ବଙ୍କର ଦୁଇଟି ଝିଅ ରହିବା ସ୍ଵତେ ବି ସ୍ଵାମୀ ଥିବା ସମୟରେ ତାଙ୍କର ବିବାହ କରିଦେଇଥିଲେ।

ଏବେ ନିଜ ପାଖରେ ଆଉ କିଏ ନାହାନ୍ତି । ନିଜ କାମ ନିଜେ କରିବାକୁ ପଡୁଛି । ଅତି ଜରୁରୀ ସମୟରେ ଗ୍ରାମ ରେ ଥିବା ଭଉଣୀ ଓ ଜ୍ୱାଇଁ ସାହାଯ୍ୟ କରୁଛନ୍ତି। ଯାହାକି ବିକଳାଙ୍ଗ ଅବସ୍ଥାରେ ବହୁ କଷ୍ଟରେ ବଞ୍ଚିବାକୁ ପଡୁଛି । ଯାହା ସରକାରଙ୍କର ବହୁ ଯୋଜନାରୁ ବଞ୍ଚିତ। ବିକଳାଙ୍ଗ ‌ହେବା ସ୍ଵତେ ଚାରିବର୍ଷ ବିତିଯାଇଥିଲେ ମଧ୍ୟ ଆଜିଯାଏଁ ଆବାସ ଯୋଜନାରୁ ଓ ସରକାର ଙ୍କ ଉଜ୍ଜଳା ଯୋଜନା ରୁ ମଧ୍ୟ ବଞ୍ଚିତ। ‌କେବଳ ମାସକୁ ୫୦୦ ଟଙ୍କାର ପେନସନ ପାଉଛନ୍ତି ।
ଏହି ୫୦୦ ଟଙ୍କା ରେ ଡାଳିମ୍ବ ପାଇଁ ଚଳିବା ଭାରି କଷ୍ଟ କର । ତେଣୁ ସ୍ଥାନୀୟ ପ୍ରଶାସନ ଏହି ବିକଳାଙ୍ଗ ଅସହାୟ ଡାଳିମ୍ବ ହରିଜନ କୁ ସରକାରୀ ସୁବିଧା ଯୋଗାଇ ଦିଆଯାଉ ବୋଲି ଜନ ସାଧାରଣରେ ଦାବି ହେଉଛି। 
Comments
Loading...