ମିନଗୁରରେ ପାଳିତ ହେଲା ଇଦ୍ ଉଲ୍ ଫିତର୍

କଲମପୁର – ୧୧/୪(କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଗ୍ରାମରେ ପୃଥକ୍ ଭାବେ ଇଦ୍ ଉଲ୍ ଫିତର୍ ମହାସମାରୋହରେ ପାଳିତ ହୋଇ ଯାଇଛି, ଏହି ପର୍ବକୁ ମୁସଲମାନ ଭାଇ ଭଉଣୀମାନେ ଏକମାସ ରୋଜା ବା ଉପବାସ ରଖି ତା’ପର ମାସ ଚାନ୍ଦ୍ ଦର୍ଶନ ସହ ପାଳନ କରିଥାନ୍ତି, ଏହି ଦିନ ପରିବାର ବନ୍ଧୁବର୍ଗ ଏକାଠି ହୋଇ ନମାଜ ପାଠ କଲାପରେ ପରଷ୍ପରକୁ ଆଲିଙ୍ଗନ କରି ମୁବାରକ ଜଣାଇଥାନ୍ତି, ଏହି ବ୍ଳକ ଅଞ୍ଚଳରେ କେବଳ ମିନଗୁର ଠାରେ ଏହି ପର୍ବ ପାଳନ ହୋଇ ଆସୁଛି,ଗୋଟିଏ ପଟେ ସଭାପତି ମହମ୍ମଦ ସାହିନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମୌଲାନା ଅବୁ ପୌରହିତ୍ୟ କରିଥିବା ବେଳେ ସଂପାଦକ ହବିବୁଲ୍ଲା ଖାଁ, କୋଷାଧ୍ୟକ୍ଷ ମୁକ୍ତିୟାର ମହମ୍ମଦ, ମହମ୍ମଦ ମଞ୍ଜୁର ଇଲ୍ଲାହି, ମହମ୍ମଦ ଘୋରି, ମହମ୍ମଦ ନାଶିର ମହମ୍ମଦ,କାଇସ ମହମ୍ମଦ ମହାସମାରୋହରେ ଆୟୋଜନ କରିଥିଲେ, ମହାସମାରୋହରେ ଏହି ପର୍ବକୁ ପାଳନ କରିଥିଲେ,
କଳମପୁର ରୁ ଭୋଜରାଜ ଛତ୍ରିଆ ଙ୍କ ରିପୋର୍ଟ

Comments
Loading...