କଳାହାଣ୍ଡି ଦକ୍ଷିଣ ବନଖଣ୍ଡ କାର୍ଯ୍ୟଳୟରେ ସୂଚନା ଆଇନିକୁ ଖୁଲୁମଖୁଲା ଉଲଘଂନ କରିବା ନେଇ ସାମ୍ବାଦିକ ସମ୍ମିଳନୀ ।
ଆଜି କଳାହାଣ୍ଡି ଜିଲ୍ଲାରେ ସୂଚନା ଅଧିକାର ଆଇନ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ବିନ୍ଦୁ ମହାନନ୍ଦଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ବେଳେ ଅନ୍ୟତମ ଅତିଥି ଭାବେ ଶ୍ରୀ ଘାସିରାମ ଜଗତ, ଶ୍ରୀ ଅଞ୍ଜନ କୁମାର ରଥ ଓ ଶ୍ରୀ ସଂଜୀବ ଶତପଥୀ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କାହିଁକି କେଜାଣି ସୂଚନା ତଥ୍ୟ ଠିକ୍ ସମୟରେ ପ୍ରଦାନ କରୁନାହାଁନ୍ତି ସେ ଦିଗରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।
କିଛି ରାଜନୈତିକ ଉଦ୍ଦେଶ୍ୟ ରଖି ଅଫିସରରାଜ ଚଲାଇଥିବା ଯୋଗୁଁ ତଥ୍ୟ ପ୍ରଦାନରେ ଅବହେଳା କରୁଛନ୍ତି । ଗଣତାନ୍ତ୍ରିକ ପ୍ରଦେଶର ଉର୍ଦ୍ଧରେ ଥିବା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅବମାନନା କରାଯାଉଛି ।
ଏଭଳି ଅନୈତିକ କାର୍ଯ୍ୟକଳାପ ଉପରେ ସୂଚନା ଅଧିକାର ଅଭିଯାନ, କଳାହାଣ୍ଡି ଶାଖା ତରଫରୁ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ କହିଛନ୍ତି। ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍ ।
ଆମେ ଦେବୁ ସତ୍ୟ ଖବର ସବୁ ଅଞ୍ଚଳ ର ଖବର ସବୁ ଖବର ଆପଣଙ୍କ ପାଖରେ ସବୁ ସମୟରେ।
କୋଶଲ ନ୍ୟୁଜ୍। ଆପଣଙ୍କର ଅଞ୍ଚଳ, ଆପଣଙ୍କର ଖବର।
Prev Post
Comments