ଘର ଭିତରକୁ ପଶି ଆସିଲା ପିକ୍ ଅପ୍ ଗାଡି, ଦୁଇ ବୟସ୍କ ସମେତ ୨ ଶିଶୁ ଆହତ ଓ ଦୁଇ ଶିଶୁ ମୃତ

କୋଶଲ ନ୍ୟୁଜ୍ ବ୍ୟୁରୋ |ନବରଙ୍ଗପୁର : ଚନ୍ଦାହାଣ୍ଡି ଅଞ୍ଚଳରେ ଆଜି ଏକ ଦୁର୍ଘଟଣା ଘଟିଛି । ଏକ ମାଲ ବୋଝେଇ ପିକ୍ ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଏକ ଘର ଭିତରକୁ ପଶିଯିବାରୁ ୨ ଜଣ ଶିଶୁ ଆହତ ୨ ଜଣ ବୟସ୍କ ଆହତ ଓ ଦୁଇ ଜଣ ଶିଶୁ ମୃତ ହୋଇଥିବା ଜଣାପଡିଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଝରାବାହାଲ ଗ୍ରାମର ସୁଶମନ୍ତ ଜଗତ ସବୁ ଦିନ ଭଳି ପିକ୍ ଭ୍ୟାନ ରେ ଆଳୁ ,ପିଆଜ, ମରିଚ ଓ ହଳଦି ଧରି ହାଟକୁ ବାହାରିଥିଲେ। ସେହି ଗ୍ରାମ ମଧ୍ୟରେ ହିଁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଡ୍ରେନ୍ କୁ ଅତିକ୍ରମ କରି ରାସ୍ତା ଠାରୁ କିଛି ଦୁରରେ ଥିବା ଏକ ଘର ମଧ୍ୟକୁ ପଶିଯାଇଥିଲା। ସେହି ଘରର ବାରଣ୍ଡାରେ ଥିବା ଚଉଁରା ନିକଟରେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୋଉଁଥିବା ଲୋକେ ଗାଡି ଧକ୍କାରେ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା। ସେ ମଧ୍ୟରୁ ୩ ଜଣ ଶିଶୁଙ୍କୁ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଡାକ୍ତରଖାନା କୁ ପଠାଯାଇ ଥିଲା । ସେଥିମଧ୍ୟରୁ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
କଳାହାଣ୍ଡି ରୁ ବୁଦ୍ଧେଶ୍ଵର୍ ଚୌଧୁରୀ ଙ୍କ ରିପୋର୍ଟ , କୋଶଲ ନ୍ୟୁଜ୍ |
Comments
Loading...