ଅକ୍ଷୟ ତୃତୀୟା ଉପଲକ୍ଷେ ବାଲ୍ୟ ବିବାହ ମୁକ୍ତ ସଚେତନତା ଅଭିଯାନ

ଅନୁଗୋଳ (କୋଶଲ ନ୍ୟୁଜ୍):- ଅନୁଗୋଳ ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା କୈଳାସ ସତ୍ୟାର୍ଥୀ ଫାଉଣ୍ଡେସନ ଚାଇଲ୍ଡ ଲାଇନ୍ ସହାୟତାରେ ପରିଚାଳିତ କାର୍ଯ୍ୟକ୍ରମ ଆସେସ ଟୁ ଜଷ୍ଟିସ ତରଫରୁ ବିଗତ ମେ ୯ ତାରିଖରୁ ଚାଲି ଥିବା ବାଲ୍ୟ ବିବାହ ରୋକିବା ନିମନ୍ତେ ଅଭିଯାନ ଚାଲୁ ରହିଥିଲା । ଏହି ଅବସରରେ ଅନୁଗୋଳ ଜିଲ୍ଲାର ବଁଅରପାଳ ବ୍ଲକରେ ଗୋଡ ସନ୍ତ୍ରି, ଅରାହଟ, ବଉଳିଗଡ, ସିମିଲିଛୁଇଁ, ଜୁହାରପୁର , ଯଦୁପୁର. ଅଙ୍ଗାରବନ୍ଧ, ବାରସିଂହା ଛେଲିଆପଡ଼ା ରେ ଘର ଘର ବୁଲି ପରିବାର ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । ବାଲ୍ୟ ବିବାହ ମୁକ୍ତ ସଚେତନତା ମାଧ୍ୟମରେ ବିଭିନ୍ନ ଗ୍ରାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କୈଳାସ ସତ୍ୟାର୍ଥୀ ଚାଇଲ୍ଡଲାଇନ୍ , ଫାଉଣ୍ଡେସନ ତରଫରୁ ଲକ୍ଷ୍ମୀ ବେହେରା ଓ ସୋନାଲି ଶବର ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ । ମିତା ନାୟକ” ସୁଲୋଚନା ନାୟକ ” ପୁଷ୍ପଲତା ସାମଲ ପଙ୍କଜିନୀ ସାହୁ ରୀନା ବେହେରା , ପୁଷ୍ପଲତା ବାରିକ୍ ଜୟନ୍ତୀ ସାହୁ ଓ ଖୁଲଣା ବେହେରା ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।

ରିପୋର୍ଟ: ନିଲେଶ ଅନିରୁଦ୍ଧ ନାୟକ

Comments
Loading...