ଦୁର୍ଗମ ଅଞ୍ଚଳରେ ବିକାଶ ସାତସପନ,ସମସ୍ୟାକୁ ନେଇ ଭୋଟ ବର୍ଜନ କଲେ ୧୧ ଗୋଟି ଗ୍ରାମବାସୀ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍)-ଯୋଜନା ପରେ ଯୋଜନା ପାଣି ପରି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ହେଲେ ସ୍ୱାôଦନତାର ଦିର୍ଘ ଦଶନ୍ଧି ପରେ ମଧ୍ୟ ସୁଧୁରୁନି ଦୁର୍ଗମ ଅଞ୍ଚଳର ଅଦିବାସି ଗାଁ । ରାଜ୍ୟ ସରକାର ୨୫ବର୍ଷର ଗାଥା ଗାଉଥିବା ବେଳେ ଏହି ବିକାଶର ଧାରା ଅପହଞ୍ଚ ହୋଇ ରହିଛି ଲାଞ୍ଜିଗଡ ବ୍ଲକ ଦୁର୍ଗମ ଅଞ୍ଚଳ ମାନଙ୍କରେ । ଗାଁର ସମସ୍ୟାକୁ ନେଇ ଦୁର୍ଗମ ଅଞ୍ଚଳ ବାସିଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁ ଥିବା ବେଳେ ଆଜି ଭୋଟ ବର୍ଜନ କରିଛନ୍ତି ଏହି ବ୍ଲକର ୧୧ ଗୋଟି ଗାଁ । ଲାଖବାହାଲି ପଞ୍ଚାୟତର ଲାଖବାହିଲି ମତଦାନ କେନ୍ଦ୍ର ୧୦୬ ରେ ବାରଗୁଡାର ୨୫୫,ସିର୍କିଝୁଲା ୪୦,ଥୁଆନାଲ ୭୦ ଜଣ ମତଦାନ କରିନଥିବା ବେଳେ ବେତିଆପଡା ୧୦୫ ନଂ ମତଦାନ କେନ୍ଦ୍ରରେ ପଣସଗୁଡାର ୯୦, ସରଗୁଡା ୭୦, ସାନଖାଲଗୁଡା ୨୭ ଓ ପଟାଙ୍ଗପଦର ୮୬ ଜଣ ମତଦାନ କରିନାହାନ୍ତି।ଏହି ଗାଁ ମାନଙ୍କରେ ସମସ୍ୟା ନକହିଲେ ନସରେ । ରାସ୍ତା ଅଭାବରୁ ଆମ୍ବୁଲାନ୍ସଟିଏ ମଧ୍ୟ ଯାଇପାରୁନି ଖଟିଆ ଯୋଗାଉଛି ଆମ୍ବୁଲାନ୍ସ ସେବା । ପାନୀୟଜଳ ସାତସପନ ଏହି ସମସ୍ୟାକୁ ନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ଅଭିଯୋଗ ପରେ ଅଭିଯୋଗ ହୋଇଥିଲା । ହେଲେ ନିଦାବିଷ୍ଣୁ ସାଜିଥିଲେ ରାଜନେତା ଓ ପ୍ରଶାସନିକ ଅଧିକାରୀ । ନିଜ ଗାଁର ସମସ୍ୟା ଦୁର ନହେବାରୁ ୭ଗୋଟି ଗାଁର ଲୋକେ ଏକ ବୈାଠକ କରି ଭୋଟ ବର୍ଜନର ନିଷ୍ପତି ନେଇଥିଲେ । ଆଜି ମତଦାନରୁ ଦୁରେଇ ରହିଥିଲେ ୭ଗୋଟି ଗ୍ରାମବାସି । ସେହିପରି ବେନଗାଁ ପଞ୍ଚାୟତର ଭୋଟ୍ ଧଡେଲ ୧୦୩ ନଂ ମତଦାନ କେନ୍ଦ୍ରରେ ରହିଥିବା ବେଳେ କାର୍ଲିଜୋଡି ୧୫୨, ଲିଟିବୁଣ୍ଡେଲ ୩୧୫,ନେତ୍ରି ୫୦ ଓ କୋଟବଣ୍ଡେଲର ୬୦ ଜଣ ଏହି ୪ଗୋଟି ଗାଁର ଲୋକେ ଭୋଟ୍ ବର୍ଜନ କରିଛନ୍ତି। କେନ୍ଦ୍ର ସରକାରଙ୍କ ସୈାଭାଗ୍ୟ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁଜ୍ୟୋତି ଯୋଜନା ଓ ବସୁଧା ଯୋଜନା ଫେଲ ମାରିଛି । ବିଦ୍ୟୁତ ବିଭାଗ ଅଫିସକୁ ଦୈାଡି ଦୈାଡି ନୟାନ୍ତ ହୋଇଥିଲେ ହେଁ କର୍ଣ୍ଣପାତ କରିନାହାନ୍ତି ଅଧିକାରୀ । ଝରଣା ପାଣି ଯୋଗାଇଛି ସେମାନଙ୍କର ବଞ୍ଚିବାର ରାହା । ଏହି ସବୁ ସମସ୍ୟା ଦୁର ନହେବାରୁ ଭୋଟ ବର୍ଜନ କରିବା ପାଇଁ ବାଧ୍ୟ ହେଲୁ ବୋଲି ଅଞ୍ଚଳ ବାସି ପ୍ରକାଶ କରିଛନ୍ତି । ଆଗାମି ଦିନରେ ଏହି ସମସ୍ୟାର ସମାଧାନ ନହେଲେ ଅହରହ ଆନ୍ଦୋଳନ ହେବ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ମଧ୍ୟ ବର୍ଜନ ହେବ ବୋଲି ପ୍ରକାଶ କରିଥିଲେ ।ସେହିପରି ସୀମାନ୍ତରେ ଥିବା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଭବାନୀପାଟଣା ବ୍ଳକ ଯୁଗସାଇପାଟଣା ପଞ୍ଚାୟତର ସଲପାଙ୍ଗ ମତଦାନ କେନ୍ଦ୍ର ୩୪ ନଂ ର ଖୋଜୁରଗୁଡା, କଡ୍ରୁସରୁ, ବଣ୍ଡମା, କାଟିଲଙ୍ଗ, ସଲପାଙ୍ଗ, ୫ ଟା ଗାଁର ୪୭୫ ଜଣ ଭୋଟ ବର୍ଜନ କରିଥିବା ସୂଚନା ମିଳିଛି।

ରିପୋର୍ଟ-ମଳୟ ବେନୁଆଁ.

Comments
Loading...