କୁଲତା ଲେଥା ହାପରି ହାପରି ଖାଇଲେ ଲାଗସି ମିଠା

ଖପ୍ରାଖୋଲ ୨୩/୦୫ ( କୋଶଲ ନ୍ୟୁଜ୍ ) : ପଶ୍ଚିମ ଓଡିଶା ର ବିଖ୍ୟାତ ଶୈବ ପୀଠ ରେ ବୈଶାଖୀ ମେଳା ଧୁମଧାମ ସହ ଚାଲୁଥିବା ବେଳେ ହଜାର ହଜାର ପର୍ୟ୍ୟଟକ ରାଜ୍ୟ ର ବିଭିନ୍ନ ପ୍ରାନ୍ତ ଓ ପଡୋଶୀ ଛତିଶଗଡ ରାଜ୍ୟ ରୁ ଆସୁଥିବା ବେଳେ ପର୍ୟ୍ୟଟକ ଙ୍କ ସୁବିଧା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଜଳଛତ୍ର ସୁବିଧା କରାଯାଇଛି । ସେହିପରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ଠାରେ କୁଲତା ସମାଜ ଅନ୍ନ ଛତ୍ର ରେ ସମସ୍ତ ଙ୍କ ପାଇଁ ଅନ୍ନ ଭୋଗ ର ବ୍ୟବସ୍ଥା କରି ବେଶ ପ୍ରଶଂସା ସାଉଁଟି ଛନ୍ତି କୁଲତା ସମାଜ I ଯାତ୍ରା ର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଦିନ ରେ ହଜାର ଶ୍ରଦ୍ଧାଲୁ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି କୁଲତା ସମାଜ ତରଫରୁ ବ୍ୟାପଜ ପ୍ରସ୍ତୁତି କରିଥିବା ବେଳେ କୁଲତା ସମାଜ ର ପାରମ୍ପରିକ ସ୍ବାଦିଷ୍ଟ ବ୍ୟଞ୍ଜନ ଲେଥା ବହୁଳ ଭାବରେ ଲୋକେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା ।

Comments
Loading...