ଯୁବତୀଙ୍କୁ ଗର୍ଭବତି କରି ବୃଦ୍ଧ ଗିରଫ

             

ସାରସକଣା:-୧୬/୧୧ ଝାଡ଼ପୋଖରିଆ ଥାନା ଅନ୍ତର୍ଗତ ପୋକପକା ଗ୍ରାମ ଜଣେ ପୀତୃମାତୃ ହୀନ ତଥା ୨୯ ବର୍ଷ ବୟସ୍କା ଯୁବତକୁ ସେହି ଗ୍ରାମର ଗଙ୍ଗାଧର ଦାସ (୫୮) ନାମକ ବ୍ୟକ୍ତି ଗତ ୪ ମାସ ଧରି ବଳାତ୍କାର କରିଥିବାର ଅଭିଯୋଗ କରିଛନ୍ତି ଗତକାଲି  ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ଆଇଆଇସି  ସୁଦର୍ଶନ ଗଙ୍ଗୋଇ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଏହି ଘଟଣାରେ ସାମାନ୍ୟ ମାନସିକ ବିକାର ଥିବା ପିଡୀତା ଯୁବତୀର ଅଭିଯୋଗରେ ଗତକାଲି ଝାଡ଼ପୋଖରିଆ ଥାନାରେ କେଶ୍ ନମ୍ବର-୨୨୮/୨୦ ରେ ମାମଲା ରୁଜୁ ପରେ ପୋଲିସ ଗଙ୍ଗାଧର ଦାସଙ୍କୁ ଗିରଫ କରି ଆଜି ବାରିପଦା କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ ପୋକପକା ଗ୍ରାମର ପୀଡ଼ିତା ଯୁବତୀ ଜଣକ ପ୍ରତିଦିନ ଗ୍ରାମ ସଂଲଗ୍ନ ଜଙ୍ଗଲକୁ ଗୃହ ପାଳିତ ଛେଳିଙ୍କ ସକାଶେ ଡାଳପତ୍ର ଆଣିବାକୁ ଯାଇଥିବା ବେଳେ ଏହି ସୁଯୋଗରେ ବୃଦ୍ଧ ଗଙ୍ଗାଧର ଦାସ ଜଙ୍ଗଲକୁ ଯାଇ ଯୁବତୀକୁ ଗତ ଜୁଲାଇ ମାସ ୧ ତାରିଖ ଠାରୁ ଗତ ୮ ତାରିଖ ପର୍ଯ୍ୟନ୍ତ ବଳାତ୍କାର କରିଆସୁଥିଲେ।  ତେବେ ଏହି ଯୁବତୀ ବଳାତ୍କାର ଓ ଗର୍ଭବତି ଘଟଣା ଜଣାଇବା ପରେ ଗତ କାଲି ଥାନା ମାମଲା ରୁଜୁ ହୋଇଛି ।

Comments
Loading...