ଜୀବନ ଜାଗୃତି ସେବା ସଂସ୍ଥା ପକ୍ଷରୁ ଫ୍ରୀ ଚିକିତ୍ସା

କଳାହାଣ୍ଡି ୧୨/୬: ଭାରତ ସରକାରଙ୍କ ସ୍ୱୀକୃତି ମିଳିଥିବା ୧୨ଏ /୮୦ ଜି ଏଣ୍ଡ ସି ଏସ୍ ଆର୍ ।ଜୀବନ ଜାଗୃତି ସେବା ସଂସ୍ଥା ପକ୍ଷରୁ ଜନସାଧାରଣଙ୍କୁ ଫ୍ରୀ ଚିକିତ୍ସା ସେବା ଯୋଗାଇ ଦେବାପାଇଁ କୋକସରା ବ୍ଲକ୍ ଗମ୍ଭାରୀ ଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଏହି ସଂସ୍ଥା ରୁ ଆସିଥିବା ଓଡିଶା ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଠାକୁର ଏବଂ କୋକସରା ବ୍ଲକ କୋଡିନେଟର୍ ଟଙ୍କଧର ଖମାରୀ ଓ କୋକସରା ପଞ୍ଚାୟତ କୋଡିନେଟର୍ ସୋନିଆ ବିଶ୍ୱାଳ ଙ୍କ ସହଯୋଗରେ ପ୍ରସନ୍ନ କୁମାର ଠାକୁର ରୋଗୀ ମାନଙ୍କୁ ପରାମର୍ଶ ଦେବା ସହିତ ଫ୍ରୀ ପଞିକରଣ, ଫ୍ରୀ ଆୟୁର୍ବେଦିକ ଔଷଧ ବଣ୍ଟନ କରିଥିଲେ । ଏଠାରେ ୪୦ ଜଣ ରୋଗୀଙ୍କୁ ମାଗଣା ସେବା ଦେଇ ରୋଗ ଭଲ ହେବା ପର୍ଯ୍ୟନ୍ତ ଫ୍ରୀ ଚିକିତ୍ସା ଦେବା ବ୍ୟବସ୍ଥା ରହିଛି ବୋଲି ପରାମର୍ଶ ଦେଇଥିଲେ । ଜୀବନ ଜାଗୃତି ସେବା ସଂସ୍ଥା ପକ୍ଷରୁ ଏଠାରେ ଆଣ୍ଠୁଗଣ୍ଠି ବ୍ୟଥା ବାତରୋଗ ଚିକିତ୍ସା, ରୋଗପ୍ରତିରୋଧକ ଶକ୍ତି ବଡାଇବାର ଚିକିତ୍ସା, ଶରୀର ଦୁର୍ବଳତା ପାଇଁ ଚିକିତ୍ସା, ଅମ୍ଳ, ଗ୍ୟାସ୍, ଅଜୀର୍ଣ୍ଣ ଓ ପେଟ ସମ୍ବନ୍ଧିତ ଚିକିତ୍ସା, କିଡିନି ଓ ଲିଭର ଜନିତ ରୋଗର ଚିକିତ୍ସା, ଚକ୍ଷୁ, ଚର୍ମରୋଗ, କାଛୁ କୁଣ୍ଡିଆ, ଏଜ୍ ମିଆ,ବାଦ୍ଧକ୍ୟ ଜନିତ ଦୁର୍ଗଲତା ,ପାରାଲେସିସ୍ ମଲକଣ୍ଟକ ,ଥାଇରଏଡ, ନିଶା ନିବାରଣ, ଯୋନରୋଗ , ନିଃ ସନ୍ତାନ ,ସ୍ନାୟୁ ସମ୍ବନ୍ଧୀୟ, ପ୍ରେଷ୍ଟେଟ ଗ୍ଲାଣ୍ଡ ,ହୃଦ୍ ରୋଗ, ଓଜନ କମେଇବା, ବ୍ଳଡ ପ୍ରେସର ଚିକିତ୍ସା ଫ୍ରୀସେବା ଯୋଗାଇ ଦେବା ବ୍ୟବସ୍ଥା ରହିଛି। ଏହି ପରି ଭାବରେ ଜିଲ୍ଲାର ପ୍ରତ୍ୟେକ ବ୍ଳକ୍ ପ୍ରତ୍ୟେକ ଗାଁ କୁ ଏହି ସଂସ୍ଥା ପକ୍ଷରୁ ଫ୍ରୀ ସେବା ଯୋଗାଇବ ।

Comments
Loading...