l
ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ତୁମୁଡିବନ୍ଧ ବ୍ଲକ ପ୍ରଶାସନ ଓ ଗ୍ରାମ ପଞ୍ଚାୟତ ଦ୍ୱାରା ଗାଁ ଗହଳିରେ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା କରାଯାଇନଥିବାରୁ କଲବଲ ହେଉଛନ୍ତି ଜନତା l ସାମାନ୍ୟ ବର୍ଷାରେ ଗାଁ ଦାଣ୍ଡରେ କାଦୁଅ ପାଣି ଜମି ପ୍ରଭାବିତ ହେଉଛି ସାଧାରଣ ଜନଜୀବନ l ବୁଧବାର ଦିନ ଅପରାହ୍ନରେ ତୁମୁଡିବନ୍ଧରେ ମାତ୍ର ଘଣ୍ଟାଏ ବର୍ଷାରେ ବୁଡ଼ାପଡ଼ା ଗାଁ ଦାଣ୍ଡରେ ଅଣ୍ଟୁଏ ଲେଖାଏଁ ପାଣି ଜମି ଯିବାରୁ ଗ୍ରାମବାସୀ ତଥା କୋମଳମତି ଶିଶୁ ମାନେ ବିଦ୍ୟାଳୟ ଛୁଟି ପରେ ଗୃହକୁ ଫେରିବାରେ ହଇରାଣ ହୋଇଥିବା ଦେଖିବାକୁ ମିଳିଛି l ତେବେ ଏହିଭଳି ଡ୍ରେନେଜ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଛି ଏବଂ ବାରମ୍ବାର ବ୍ଲକ ପ୍ରଶାସନ ଏବଂ ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତରେ ଏହା ସଂକ୍ରାନ୍ତରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମର ଶିକ୍ଷିତ ଯୁବକ ସୁଧାଂଶୁ ଶେଖର ନାୟକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି l ତୁମୁଡିବନ୍ଧ ପରିବା ବଜାର, ବଡ଼ସାହି, ଖାରିସାହି, କାଲିସାପଦର, ଆମ୍ବେଦକର ଛକ, ମହୁଲଭୁରି ଇତ୍ୟାଦି ଅଞ୍ଚଳରେ ବର୍ଷାପାଣି ଜମିରହିଥିବା ଦେଖିବାକୁ ମିଳିଛି l ତୁମୁଡିବନ୍ଧ ମୁଖ୍ୟ ବଜାର ନିକଟ ବୁଡ଼ାପଡ଼ା ଗ୍ରାମରେ ଯଦି ଏହିଭଳି ସମସ୍ୟା ତେବେ ପଞ୍ଚାୟତର ଅନ୍ୟାନ୍ୟ ସାହି ଓ ଗ୍ରାମର ସମସ୍ୟା ନକହିବା ଭଲ ବୋଲି ସେ କହିଛନ୍ତି l ତେବେ ବର୍ତମାନ ବି ବର୍ଷା ଲାଗିରହିଥିବା ବେଳେ ଆଗକୁ ସମସ୍ୟା କଣ ହେବ ତାକୁ ନେଇ ଚିନ୍ତାରେ ରହିଛନ୍ତି ଗ୍ରାମବାସୀ l ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଅପେକ୍ଷାରେ ରହିଛନ୍ତି ଜନତା l
ରିପୋର୍ଟ – ପବିତ୍ର ଦିଗାଳ

Comments
Loading...