ଆମ୍ବୁଲାନ୍ସ ବାଇକ ମୁହାଁମୁହିଁ, ଜଣେ ମୃତ, ଷ୍ଟଣ୍ଟ ନେଲା ଜୀବନ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମୁଖରେ ଆଜି ବୁଧବାର ମଧ୍ୟାହ୍ନରେ ହଠାତ ଏକ ଆମ୍ବୁଲାନ୍ସ ଓ କେଟିଏମ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା l ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି l ଦୁର୍ଘଟଣାରେ କେଟିଏମ ବାଇକର ସମ୍ମୁଖ ଚକ ଛିଣ୍ଡି ପଡିଯାଇଥିଲା l ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅବିଳମ୍ବେ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ବାଇକ ଚାଳକ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତର ଉଦୟଗିରି ଗ୍ରାମର ଜନକ ପାତ୍ର ବୋଲି ସ୍ପଷ୍ଟ ପରିଚୟ ମିଳିଛି l କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଏହି ବେସରକାରୀ ଆମ୍ବୁଲାନ୍ସରେ ଏକ ଶବ ବୋଝେଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଭିମୁଖେ ଯାଇଥିଲା ଏବଂ ଏକ ଟ୍ରକକୁ ଅଭରଟେକ କରିବା ସମୟରେ ବିପରୀତ ଦିଗରୁ କ୍ଷିପ୍ର ଗତିରେ ଆସୁଥିବା ବାଇକ ସହ ମୁହାଁମୁହିଁ ହୋଇଥିଲା l କିନ୍ତୁ ଉଭୟେ ନିୟନ୍ତ୍ରଣ ହରାଇ ଧକ୍କା ହୋଇଥିଲା l ଆମ୍ବୁଲାନ୍ସ ଚାଳକ ଘଟଣା ସ୍ଥଳରୁ କେଉଁଆଡ଼େ ଉଭାନ ହୋଇଯାଇଥିଲେ l ଉଭୟ ଗାଡ଼ି ଧକ୍କା ହେବା ପରେ ପଛରେ ଆସୁଥିବା ଅନ୍ୟ ଏକ ବାଇକ ଚାଳକ ସ୍ଥାନୀୟ ବ୍ୟକ୍ତି ଗଜପତି ସାହୁ ଆମ୍ବୁଲାନ୍ସ ପଛରେ ପିଟି ହୋଇ ଗୁରୁତର ଆହତ ହୋଇଛନ୍ତି l ବରିଷ୍ଠ ବିଜେପି ନେତା ନେତ୍ର ମାନସେଠ୍,ସ୍ଥାନୀୟ ଯୁବକ ଓ ସ୍ବେଛାସେବୀ ଗଣ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଆମ୍ବୁଲାନ୍ସରେ ଥିବା ଶବ ଏବଂ ପରିବାର ବର୍ଗଙ୍କୁ ତୁମୁଡିବନ୍ଧ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଯୋଗାଡ଼ କରି ଭଞ୍ଜନଗର ଅଭିମୁଖେ ପଠାଇବାରେ ସହଯୋଗ କରିଛନ୍ତି l
ରିପୋର୍ଟ – ପବିତ୍ର ଦିଗାଳ

Comments
Loading...