ରାସ୍ତା ପାଇଁ ଜମଦଣ୍ଡ ଭୋଗୁଛନ୍ତି ଗ୍ରାମ ବାସି

ଲାଞ୍ଜିଗଡ,(କୋଶଲ ନ୍ୟୁଜ୍)ଆଜିବି ଗାଁ ଗଣ୍ଡା ରାସ୍ତାକୁ ଦେଖିଲେ ମନେ ପଡେ ସ୍ୱାଧୀନତାର ୭୬ ବର୍ଷ ପରେବି ସତେ ଯେମିତିକି ସ୍ୱାଧୀନତା ହୋଇ ମଧ୍ୟ ପରାଧୀନ ଅବସ୍ଥାରେ ଜୀବନ ବିତାଉ ଛନ୍ତି ଉପାନ୍ତ ଅଞ୍ଚଳ ଲୋକେ।ଦେଶ ସ୍ୱାଧୀନତାର ୭୬ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ଯାଏଁ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏ କଥା ଆମେ କହୁନୁ ଆପଣ ମାନେ ଏହି ଚିତ୍ରକୁ ଦେଖିଲେ ଠିକଭାବେ ଅନୁମାନ କରିପାରୁଥିବେ। ଏହି ରାସ୍ତା ଦେଇ ଅନେକ ଗୁଡ଼ିଏ ଗାଁ ଯାହାକି କମଲେଇ, କଟଲଙ୍ଗ, କଡ୍ରୁସରୁ, ଭଳି ଅନେକ ଗୁଡ଼ି ଗାଁ ରହିଛି ଯାହାକି ପଞ୍ଚାୟତ ଠାରୁ ଆରମ୍ଭ କରି ଅନେକ କାର୍ଯ୍ୟ ପାଇଁ ଯିବାକୁ ପଡିଥାଏ ହେଲେ ଅଳ୍ପ ବର୍ଷା ହେଲେ ଯାତାୟାତ ଗୋଟିଏ ପ୍ରକାର ଠପ ହୋଇ ପଡୁଛି ଓ ଯମ ଦଣ୍ଡ ଭୋଗୁଛୁ ବୋଲି ମତ ପ୍ରକାଶ କରିଛନ୍ତି ଉକ୍ତ ଗ୍ରାମ ବାସି। ଏହି ପରି ଚିତ୍ର ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗ୍ରାମରେ।ଏହି ଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫କିଲୋମିଟର ହେଉଥିବା ବେଳେ ରଙ୍ଗୀଗୁଡା ଗାଁ ଛକ ଠାରୁ ୨କିଲୋମିଟର ଦୂରରେ କମଲେଇ ଗାଁ।ଏହି ଗାଁକୁ ଯିବାକୁ ହେଲେ କାଦୁଅ ପଚପଚ ରାସ୍ତା ଦେଇ ଆଣ୍ଠୁ ମାଡି ଯିବାକୁ ପଡୁଥିଲା ଓ ବାରମ୍ବାର ଅଭିଯୋଗ ପରେ ରାସ୍ତା ନିର୍ମାଣ ପାଇଁ ଅନୁମତି ମିଳିଛି ଚଳିତ ବର୍ଷ। ହେଲେ କେଉଁ ବିଭାଗର ଦ୍ୱାରା ରାସ୍ତା ନିର୍ମାଣ ହେଉଛି ଏବେ ଯାଏଁ ଅସ୍ପଷ୍ଟ ଥିବା ବେଳେ ଗାଁ ଲୋକେ କହୁଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ବୋଲି। କିନ୍ତୁ ରାସ୍ତା କାମ ଆରମ୍ଭ ହୋଇ ୪ମାସ ବିତି ଗଲାଣି ହେଲେ ଏବେ ଯାଏଁ କୌଣସି ସୂଚନା ଫଳକ ଲାଗି ନାହିଁ ଯାହାଦ୍ୱାରା କେଉଁ ବିଭାଗର ଦ୍ୱାରା କାମ ହେଉଛି ରାସ୍ତା ପାଇଁ ଅଟକ ମୂଲ୍ୟ କେତେ ରହିଛି ଓ କେଉଁ ଠିକା ସଂସ୍ଥା ଏହି ରାସ୍ତା କାମ କରୁଛି ତାହା ମଧ୍ୟ ଜଣା ପଡୁନାଇଁ।ସୂଚନା ମତେ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ଏବେ ଅଳ୍ପ ବର୍ଷା ହେଲେ ସମ୍ପୂର୍ଣ କାଦୁଅ ହେଉଛି। ଯାହା ଦ୍ୱାରା ଲୋକଙ୍କ ଯାତାୟାତ ଓ ଯାନବାହାନ ନେବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅନ୍ୟପକ୍ଷେ ସ୍ଥାନୀୟ ଲୋକ ଏବଂ ଗର୍ଭବତୀ ବା ଗୁରୁତ୍ୱର ରୋଗୀ,ସ୍କୁଲ,କଲେଜ ଛାତ୍ର ଛାତ୍ରୀ ଓ ବିଭିନ୍ନ କାର୍ଯ୍ୟରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଏହି ରାସ୍ତା କାମ ବିଳମ୍ବ ଯୋଗୁଁ ଅସୁବିଧା ହେଉଛି ବୋଲି କମଲେଇ, କଟଳାଙ୍ଗ,କଡ୍ରୁସରୁ ଗ୍ରାମବାସି ମତ ପ୍ରକାର କରିଛନ୍ତି।ତେବେ ରାସ୍ତା କାମ ତୁରନ୍ତ ଆରମ୍ଭ କରିବାକୁ ସାଧାରଣରେ ଦାବି ହେଉଥିବା ବେଳେ କେବେ ପୁଣି ଥରେ ରାସ୍ତା କାମ ଆରମ୍ଭ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ରିପୋର୍ଟ – ମଳୟ ବେନୁଆଁ (ରାହୁଲ୍)

Comments
Loading...