ଛତ୍ରପୁର ଠାରେ ଲଟେରୀ ପ୍ରତିଯୋଗିତା, ପଚାଶ ଟଙ୍କାରେ ପାଇଲେ ଦୁଇଚକିଆ ହୋଣ୍ଡାସାଇନ ବାଇକ୍

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗ୍ରାମପଞ୍ଚାୟତ ସ୍ଥିତ ଛତ୍ରପୁର ଓ.ଏମ୍.ଜି କମିଟି ପକ୍ଷରୁ ଆୟୋଜିତ ଲଟେରୀ ପ୍ରତିଯୋଗିତାରେ ଲାଞ୍ଜିଗଡ଼ ବ୍ଲକ ପାରିପାର୍ଷିକ ଅଞ୍ଚଳରେ ଲଟେରୀ କାର୍ଡ଼ ବିତରଣ ହୋଇଥିବାବେଳେ ଲୋକେ ମାତ୍ର ୫୦ ଟଙ୍କାରେ ଲଟେରୀ କାର୍ଡ଼ କାଟିଥିଲେ । ସମସ୍ତ ପଞ୍ଜିକୃତ ଲଟେରୀ କାର୍ଡ଼ ଧାରିଙ୍କ ଥିଲା ଏହା ଏକ ଭାଗ୍ୟ ପରୀକ୍ଷା। ଏହି ଭାଗ୍ୟ ପରୀକ୍ଷାରେ ୮୧୧୨ଜଣ ଜନସାଧାରଣ ପଞ୍ଜିକୃତ ହୋଇଥିବାବେଳେ ୭୨ ଜଣ ଭାଗ୍ୟଶାଳୀ ବ୍ୟକ୍ତି ବିଜୟୀ ହୋଇଥିଲେ। ସେଥିମଧ୍ୟରୁ ଉପାନ୍ତ ଅଞ୍ଚଳର ଜଣେ ମହିଳା ଅନ୍ୟତମ। ସେ ମାତ୍ର ୫୦ ଟଙ୍କା ଦେଇ ଲଟେରୀ କାଟି ପଞ୍ଜିକୃତ କରିଥିଲେ ହେଲେ ତାଙ୍କ ଭାଗ୍ୟରେ ମିଳିଛି ଏକ ହୋଣ୍ଡାସାଇନ ମଟର ସାଇକେଲ। ଉକ୍ତ ଭାଗ୍ୟଶାଳୀ ମହିଳା ଜଣକ ହେଲେ ଲାଞ୍ଜିଗଡ଼ ବ୍ଲକ ବେଡ଼ାଗାଁ ପଞ୍ଚାୟତ ଅଧିନସ୍ତ ସିନ୍ଧିବାହାଳି ଗାଁର ଡିମ୍ବୁ ମାଝୀ। ସେ ମାତ୍ର ୫୦ ଟଙ୍କାରେ ଗୋଟେ ଦୁଇଚକିଆ ହୋଣ୍ଡାସାଇନ୍ ଗାଡ଼ି ପାଇଥିବା ବେଳେ ତାଙ୍କର ପରିବାରରେ ଖୁସିର ଲହରୀ ଖେଳି ଯାଇଛି l ତେବେ ଏହି ଲଟେରି ପ୍ରତିଯୋଗିତାରେ ଦୁଇ ଚକିଅ ହୋଣ୍ଡାସାଇନ ବାଇକ ବିଜେତା ହେଲା ପରେ ଲାଞ୍ଜିଗଡ଼ ଅଞ୍ଚଳରେ ତଥା ପାରିପାର୍ଷିକ ଜିଲ୍ଲାରେ ମଧ୍ୟ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ରିପୋର୍ଟ-ମଳୟ ବେନୁଆଁ (ରାହୁଲ୍)

Comments
Loading...