ଗ୍ରାମରକ୍ଷୀ ଙ୍କ ଦୁଃଖ କେବେ ବୁଝିବେ ସରକାର.. ୬ବର୍ଷ ହେବ ଟଙ୍କାଟି ବଢ଼ିଲାଣି ଭତ୍ତା

ନବରଙ୍ଗପୁର :- ଡାବୁଗାଁ କୃଷି ଫାର୍ମ ନିକଟରେ ଗ୍ରାମରକ୍ଷୀଙ୍କ ଦରମା ବୃଦ୍ଧିପାଇଁ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଲା। ଏହି ବୈଠକରେ ଡାବୁଗାଁ ବ୍ଲକ ତଥା ଏକା ପାଖ ବ୍ଲକର ଶହେରୁ ଉର୍ଦ୍ଧ ଗ୍ରାମରକ୍ଷୀ ଉପସ୍ଥିତି ଥିଲେ। ସେମାନଙ୍କ ମୁଖ୍ୟ ପ୍ରସଙ୍ଗ ଥିଲା ଦରମା ବୃଦ୍ଧି।ସେମାଙ୍କୁ ମାସକୁ ମିଳୁଛି ମାତ୍ର ୧୮ ସହ ଟଙ୍କା, ତାହାବି କଣସି ଗୁରୁତ୍ୱ ପୂର୍ଣ୍ଣ କାମ ପଡିଲେ ଯଦି ଯେଉଁଦିନ ସେମାନଙ୍କ ପାଳି ପଡ଼ିଥିବ ନ ଆସିଲେ ୪୫୦ ଟଙ୍କା କଟା ଯାଉଛି। ଆଜିକୁ ୬ବର୍ଷ ହେବ ଟଙ୍କାଟିବି ବଢିନି ଭତା ପଇସା। ଏବିଷୟରେ ସେମାନେ ହଇକୋର୍ଟ ର ମଧ୍ୟ ଦ୍ୱାରସ୍ଥ ହେଇ ସାରିଲେଣି କିନ୍ତୁ କୋଣସି ସୁଫଳ ମିଳି ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ।ସରକାରୀ ଚାକିରୀ କରୁଥିବା କର୍ମଚାରୀ ମାନେ ଯେଭଳି ନିର୍ଦ୍ଧିଷ୍ଟ ସମୟରେ ଦରମା ପାଉଛନ୍ତି ସେଭଳି ଗ୍ରାମରକ୍ଷୀ ମାନଙ୍କୁ ମଧ୍ୟ ଦରମା ଦିଆଯାଉ ଏଵଂ ଦିନକୁ ୫ସହ ଟଙ୍କା ହିସାବରେ ମାସକୁ ୧୫ ହଜାର କରା ଯାଉ କିନ୍ତୁ ଏବିଷୟରେ ବାରମ୍ବାର ଦାବି ଦେବା ପରେ ମଧ୍ୟ କଣସି ଫଳ ମିଳୁ ନାହିଁ। ନୂତନ ସରକାରଙ୍କୁ ଦାବି ଗଜଣାଇବେ ଆଗାମୀ ଦିନରେ ବୋଲି ନିସ୍ଵାତି ନିଆ ହେଲା।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...