ବାରକୋଟ ବ୍ଲକ ରେ ଗଡ଼ିଲା କୃଷି ସଚେତନତା ରଥ

ଦେବଗଡ଼ (କୋଶଲ ନ୍ୟୁଜ୍): ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଅଣ ଧାନଚାଷ ସମ୍ପର୍କୀତ ଏକ ପଥପ୍ରାପ୍ତ ସଚେତନତା କାର୍ଯ୍ୟକ୍ରମ ‘ବିକଳ୍ପ ବିକାଶ- ଓଡ଼ିଶା’ ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବାରକୋଟ ବ୍ଲକ୍ ବୈଶୈକ ପରିଚାଳକ ବିବେକାନନ୍ଦ ସାହୁ , ଗ୍ରାମ୍ୟ କୃଷି ଅଧିକାରୀ ଜତୀନ କୁମାର ସାମନ୍ତ ଓ ‘ବିକଳ୍ପ ବିକାଶ- ଓଡ଼ିଶା’ର ନିର୍ଦ୍ଦେଶକ ସନ୍ତୋଷ କୁମାର ଦାଶ ପତାକା ଦେଖାଇ ମିଳିତ ଭାବେ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ‘ବିକଳ୍ପ ବିକାଶ- ଓଡ଼ିଶା’ କାର୍ଯ୍ୟକାରୀ ସଂସ୍ଥାର ପ୍ରକଳ୍ପ ସଂଯୋଜକ ମହତପା ଶତପଥୀ , ସଂଗଠକ ଅଶୋକ କୁମାର୍ ଦାସ, ସଂଗଠିକ। ରେଖା ରାଣୀ ତ୍ରିପାଠୀ, ହରିପ୍ରୀୟ। ମହନ୍ତ ଉପସ୍ଥିତ ଥିଲେ। ଧାନଚାଷ ବଦଳରେ ଢିପ ଓ ମଧ୍ୟମ କିସମ ଚାଷ ଜମିଗୁଡିକରେ ଚାଷୀ ମାନେ ଡାଲି ଜାତୀୟ, ତୈଳ ଜାତୀୟ ଏବଂ ପୁଷ୍ଟି ଶସ୍ୟ ଜାତୀୟ ଫସଲ କରି କିଭଳି ଅଧିକରୁ ଅଧିକ ଲାଭବାନ ହୋଇପାରିବେ ଓ ସେ ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା। ଏଥିସହ ଚାଷୀମାନଙ୍କ ନିମନ୍ତେ ରହିଥ‌ିବା ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ଉପରେ ପଥପ୍ରାପ୍ତ ମାଧ୍ଯମରେ ସଚେତନତା ସୃଷ୍ଟି କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଅଣ ଧାନଚାଷ ସମ୍ପର୍କରେ ଚାଷୀମାନଙ୍କୁ ପାଲା ଓ ସଚେତନତା ରଥ ମାଧ୍ଯମରେ ସଚେତନ କରିବା ପାଇଁ ଯୋଜନା ରହିଥ‌ିବା ‘ ବିକଳ୍ପ ବିକାଶ- ଓଡ଼ିଶା’ ପକ୍ଷରୁ ସୂଚନା ମିଳିଛି ।

Comments
Loading...