ଭାରସ୍ୟାମ ହରାଇ ରାସ୍ତା ତଳକୁ ଖସିଲା କାର

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ରାଞ୍ଚିବିଜୟୱାଡା ରାସ୍ତା ବେଲମୁଣ୍ଡା ଘାଟି ନିକଟରେ ଏକ କାର ଦୂର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ୩ଟା ୩୦ ମିନିଟ ସମୟରେ କାର ନମ୍ବର OD 28 1199 କରଲଗା ପଟୁ ଦେବଗଡ ଅଭିମୁଖେ ଯାଉଥିବା ବେଳେ ବେଲମୁଣ୍ଡା ଘାଟିରେ ଏକ ଗାଇ କାର ସାମ୍ନାକୁ ଚାଲି ଆସିଥିଲା । ତେବେ ଗାଇକୁ ବଞ୍ଚେଇବାକୁ ଯାଇ କାରଟିକୁ ରାସ୍ତା ତଳକୁ ଖସାଇ ଦେଇଥିଲେ ଗାଡି ଚାଳକ ଏବଂ କାରର ୪୦% ନଷ୍ଟ ହୋଇଯାଇଥିଲେ ମଧ୍ୟ ଗାଡି ଚାଳକଙ୍କ କୌଣସି କ୍ଷତି ହୋଇ ନଥିବା ଦେଖିବାକୁ ମିଳିଛି ।।

Anirudha Nayak

District Correspondent ( Deogarh )


Comments
Loading...