ସମାଜ ସେବା ପାଇଁ ଉଦାହରଣ ପାଲଟିଯାଇଛନ୍ତି ପ୍ରଭାତ

ଜଣେ ଅଚିହ୍ନା ମଣିଷ କୁ ତାର ଦୁଃଖ ସମୟରେ କିପରି ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଏ ତାହା କରି ଦେଖାଇଛନ୍ତି ପ୍ରଭାତ।ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ବନିପାଳି ପଞ୍ଚାୟତରେ ଜଣେ ଅଚିହ୍ନା ମହିଳା ବହୁଦିନ ହେଲା ବୁଲାବୁଲି କରୁଥିଲେ।ଏହା ଦେଖି ସେହି ଗ୍ରାମର ରଞ୍ଜନ ଦୀପ ନାମକ ଯୁବକ ସମାଜସେବୀ ପ୍ରଭାତ କୁମାର ମହାନନ୍ଦ ଙ୍କୁ ଯୋଗାଯୋଗ କରିଥିଲେ। ପ୍ରଭାତ ସେଠାକୁ ଯାଇ ସେହି ଅସହାୟ ମହିଳାଙ୍କୁ ରଞ୍ଜନ ଦୀପ ଙ୍କ ଘରେ ରଖିଥିଲେ। ମହିଳା ଙ୍କ ପରିଚୟ ଜାଣିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର ପରିଚୟ ଜଣାପଡିନାହିଁ। ମହିଳା ଜଣଙ୍କ ତାଙ୍କ ଠିକଣା କହି ପାରୁନାହାଁନ୍ତି। ଶେଷରେ ପ୍ରଭାତ ଲୋଇସିଂହା ବିଡ଼ିଓ ଶ୍ରୀ ରାମଚନ୍ଦ୍ର ଖଡିଆ ଙ୍କ ସହାୟତା ରେ ମହିଳା ଙ୍କୁ ସଲିପଳି ସ୍ଥିତ ଜରାଶ୍ରମ ରେ ଥାଇଥାନ କରିଥିଲେ। ଏପରି ମହାନ୍ କାମରେ ଶିବପ୍ରସାଦ ନାଗ, ମଣ୍ଟୁ ମହାନନ୍ଦ, ସ୍ଥାନୀୟ ସରପଞ୍ଚ ବରିହା ବାବୁ ସହୋଯୋଗ କରିଥିଲେ। ପ୍ରଭାତ ଙ୍କ ଏପରି ମହତ୍ କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳର ଲୋକମାନେ ସାବାସି ଦେଉଛନ୍ତି। ମହିଳା ଙ୍କ ବିଷୟରେ ଯଦି କେହି କିଛି ଜାଣି ଥାଆନ୍ତି ତାହେଲେ ଦୟାକରି ୯୯୩୮୮୭୪୭୩୬ ନମ୍ୱର୍ ରେ ଯୋଗାଯୋଗ କରନ୍ତୁ।

Comments
Loading...