ବେଆଇନ୍ ପଥର ବ୍ଲାଟିଂ ରେ ଗୋଡ କଟି ପଙ୍ଗୁ ହୋଇଥିଲେ ମଧ୍ଯ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

କଳାହାଣ୍ଡି : ସରକାର ଙ୍କ ବିନା ଅନୁମତି ରେ ଚାଳିଛି ବେଆଇନ୍ ପଥର୍ ବ୍ଲାଟିଂ I ତାହା ପୁଣି ବର୍ଷେ କି ଦି ବର୍ଷ ନୁହେଁ ଦିର୍ଘ ୮ ବର୍ଷ ରୁ ଉର୍ଦ୍ଧ ହେବ ଚାଳିଛି ବେଆଇନ୍ ପଥର୍ କ୍ରସର୍ I ବେଆଇନ୍ ପଥର ଖାଦାନରେ ବ୍ଲାଟିଂ ଯୋଗୁଁ ଶ୍ରିମକ ପଙ୍ଗୁ ସାଜୁଥିଲେ ମଧ୍ଯ ପଥର ମାଫିଆଙ୍କ ବିରୁଦ୍ଧରେ ନିଆ ଯାଉନାହିଁ କାର୍ଯ୍ଯାନୁଷ୍ଠାନ I ପ୍ରଶାସନ କାହିଁକି ସାଜିଛି ନିରବଦ୍ରଷ୍ଟା I ରାଜନେତାଙ୍କ ଚାପରେ ପଡି ନାଁ ମଧୁଚନ୍ଦ୍ରିକା ଯୋଗୁଁ ଳାଳସା ରେ ପଡି ନଉନି କାର୍ଯ୍ଯାନୁଷ୍ଠାନ I ବେଆଇନ ବ୍ଲାଟିଂ ଯୋଗୁଁ ଅନେକ ଲୋକଙ୍କ ଜିବନ ଏବେ ବିପଦପର୍ଣ୍ଣ ଗତିସିଳ ଆଡକୁ ଗତିକରୁଛି I ଦୂର୍ଘଟଣା ହେବା ପରେ ସହାୟତା ଯୋଗାଇ ଦେବାର ନାଁରେ ସ୍ବପ୍ନ ଦେଖାଇ ଠକି ଚାଲିଛନ୍ତି କ୍ରସର୍ ମାଲିକ୍ I ସମ୍ବଳ ର ଅଭାବ ଅନାଟନ୍ ଯୋଗୁଁ ଚିକିତ୍ସା ହେଉନ ଥିବାବେଳେ ବାପାଙ୍କ ଏ ଅବସ୍ଥା ଦେଖି ଝୀଅ ମଧ୍ଯ ଆରପାରିକୁ ଚାଲିଗଲା I ଏହି ଦୃଶ୍ୟ ଟି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ଗଏନ୍ତା ପଡା ର ଶ୍ରମିକ ଦୂର୍ବଳ ଗଏନ୍ତା ଙ୍କ ଚିତ୍ର!

ସେପ୍ଟେମ୍ବର ମାସ ୧୧ ତାରିଖ ପଥର ବ୍ଲାଟିଂରେ ଦୂର୍ବଳ ଗଏନ୍ତା ଙ୍କର ଶରିର ରେ ଆଘାତ ଲାଗିଥିଲା I ତେବେ ସେଠାରେ କାମ କରୁଥିବା ଶ୍ରମିକମାନେ ଦୂର୍ବଳଙ୍କୁ ଭବାନୀପାଟଣା ହଷ୍ପିଟାଲ୍ ରେ ଭର୍ତ୍ତି କରିଥିଲେ I କିନ୍ତୁ ଅପରେସନ୍ ରେ ଦୂର୍ବଳଙ୍କ ଡାହାଣ ଗୋଡଟିକୁ କଟି ଦିଆଗଲା I ଏନେଇ କ୍ରସର ମାଲିକ ସହାୟତା ର ପ୍ରତିଶୃତି ମଧ୍ଯ ଦେଇଥିଲେ କିନ୍ତୁ ପରିତାପ ର ବିଷୟ ପ୍ରତିଶୃତି ଏବେ ପାଳଟିଛି ପ୍ରତାରଣା I ଦୂର୍ବଳଙ୍କୁ ନାଁ କ୍ରସର୍ ମାଲିକ ସହାୟତା ଦେଲେ ନାଁ ଗରିବ ହିସାବରେ ସରକାରୀ ସହାୟତା ମିଲିଲା I

ଅଞ୍ଚଳରେ ବେଆଇନ୍ କ୍ରସର୍ ଚାଲିଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ଯ ପ୍ରଶାସନ କର୍ଣ୍ଣପାତ କରୁନଥିବା ଯୋଗୁଁ ଦୂର୍ବଳ ଙ୍କ ଭଳି ଅନେକ ଶ୍ରମିକ ଦୂର୍ଘଟଣାର ସିକାର ହେଉଛନ୍ତି I କିନ୍ତୁ ଜିଲ୍ଲା ପ୍ରଶାସନର ଏଥିପ୍ରତି ଦୃଷ୍ଟି ପଡୁ ନାହିଁ I ତେବେ ଆର୍.ଟି.ଆଇ୍ ଆଧାର ରେ ମିଳିଥିବା ତଥ୍ଯ ଅନୁସାରେ ୨୦୧୨ ମସିହାରେ ଗୋଳାମୁଣ୍ଡା ମାନଝରୀ ଗ୍ରାମ ପଞ୍ଚାୟତ ର ଲାଖଡଙ୍ଗରୀ ଠାରେ ବେଆଇନ ଭାବେ ପଥର ଉତ୍ତଳନ ଜାରି ରହିଛି I ଅନ୍ଯପଟେ ଗୋଳାମୁଣ୍ଡା ତହସିଲ୍ ତରଫରୁ କୌଣଷି ବ୍ଯକ୍ତି ବା ସଂସ୍ଥାକୁ ଲିଜ୍ ଦିଆ ଯାଇନଥିବା ବେଳେ ଦିନ ଦି ପହରେ ବେଆଇନ୍ ପଥର ବ୍ଲାଟିଂ କରାଯାଉଛି I

ଦୂର୍ବଳ ଏବେ ଉପାୟ ସୁନ୍ଯ ହୋଇ ଚିକିତ୍ସା ପାଇଁ ସଂଗ୍ରାମ କରୁଛନ୍ତି I ଅନ୍ଯପଟେ ଦୂର୍ବଳ ପରିବାର ର ଏକମାତ୍ର ରୋଜଗାରକ୍ଷମ ହୋଇଥିବା ବେଳେ ସହାୟତା ପାଇଁ ଚାହିଁ ବସିଛନ୍ତି I ତେବେ ଦୂର୍ବଳଙ୍କ ପରିବାର୍ ପାଇଁ କିଏ ଦେବ ସହାୟତା I ତାହା ଏବେ ପ୍ରଶ୍ନବାଚୀ ପାଲଟିଛି I ପ୍ରଶାସନ ଦୂର୍ବଳଙ୍କୁ କେବେ ସହାୟତା ର ହାତ ବଢେଇବା ସହ ବେଆଇନ୍ ପଥର କ୍ରସର ଉପରେ କାର୍ଯ୍ଯାନୁଷ୍ଠାନ୍ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା I

Comments
Loading...