ଖପ୍ରାଖୋଲ ଗୋଷ୍ଠି ଶିକ୍ଷାକେନ୍ଦ୍ରରେ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର

ବଲାଙ୍ଗୀର : ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ,ଓଲଟପୁର,କଟକ ତଥା ସମଗ୍ର ଶିକ୍ଷା ଅଭିଯାନ ବଲାଙ୍ଗିରର ମିଳିତ ସହଯୋଗରେ ଖପ୍ରାଖୋଲ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ପରିସର ମଧ୍ଯରେ ବ୍ଳକର ବିଭିନ୍ନ ବିଦ୍ୟାଳୟର ଚିହ୍ନଟ ହୋଇସାରିଥିବା ଦିବ୍ଯାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିରକୁ ମୁଖ୍ୟଅତିଥି ଜିଲ୍ଲା ଶିକ୍ଷାଧୀଶ ତଥା ପ୍ରକଳ୍ପ ସଂଯୋଜକ ବଲାଙ୍ଗିର ଶ୍ରୀଯୁକ୍ତ ଧ୍ରୁବଚରଣ ବେହେରା ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଛନ୍ତି!

ସମୁଦାୟ ୭୧ଟି ବିଭିନ୍ନ ଉପକରଣ ଯଥା: ହ୍ଵିଲ୍ ଚେୟାର୍,,ସ୍ମାର୍ଟଫୋନ୍,ସ୍ମାର୍ଟକେନ୍,ଟ୍ରାଇସାଇକିଲ୍ ଶ୍ରବଣ ଯନ୍ତ୍ର ଆଦିକୁ ଅଭିଭାବକମାନଙ୍କ ଉପସ୍ଥିତିରେ ସମ୍ମାନୀତ ଅତିଥିମାନଙ୍କ ଦ୍ବାରା ଦିବ୍ଯାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା /ଏହି କାର୍ଯକ୍ରମରେ ଗୋଷ୍ଠି ଶିକ୍ଷାଧିକାରୀ ଖପ୍ରାଖୋଲ ଶ୍ରୀଯୁକ୍ତ ଷଷ୍ଠି ଝାଙ୍କର,ଅନ୍ତର୍ନିବେଶୀ ଶିକ୍ଷା ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ ସରାପ  ,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ନିଳମଣୀ ପଟେଲ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଶ୍ରୀଯୁକ୍ତ ପାଢ଼ୀ ସାର୍, ଡଃ ସୁରେନ୍ଦ୍ର ଭୋଇ,ଡଃ ଶୁଭଶ୍ରୀ ମିଶ୍ର, ଡଃ ରଶ୍ମିତା ପଣ୍ଡା ,ଡଃ ରାଜକିଶୋର ସାହୁ, ଗୋଷ୍ଠି ସାଧନ କେନ୍ଦ୍ର ସଂଯୋଜକ ବୀରେନ୍ଦ୍ର ସାହୁ,ସହାୟକ ଗୋଷ୍ଠି ଶିକ୍ଷାଧିକାରୀ,ଖପ୍ରାଖୋଲ ଶୁଭ୍ରାଂଶୁ ମଉଳି ପୁରୋହିତ , ଗଣମାଧ୍ୟମର ପ୍ରତିନିଧି ଅଭୟତ୍ରିପାଠୀ,ତାପସ ବେହେରା,ବିମଳସାହୁ, ଜ୍ୟୋତିରଞ୍ଜନ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ|

ଶିକ୍ଷକ ଗୋପିନାଥ ସାହୁ,ନମିତା ମଣ୍ଡଳ,ମନୋରମା ନାଏକ,ଗୋଳାପବିଶି,ତୁଳାରାମସୁନା, ବୃନ୍ଦାବନ ଧରୁଆ, ଜଗଦିଶ ବିଶ୍ବାଳ, ଆକାଶମଣ୍ଡଳ,କରମସିଂ ନାଗ, ସାଧନକେନ୍ଦ୍ର ସଂଯୋଜକ ଶାନ୍ତନୁ ବାରିକ, ଶାନ୍ତନୁ ମିଶ୍ର,ବନମାଳୀ ସାହୁ,ସରୋଜକାନ୍ତ ପାଣିଗ୍ରାହୀ,ଗଉରଚରଣ ବାରିକ,ସୁବାସ ନାଗ,ଉପେନ୍ଦ୍ର ସୁନା,ଦୀନବନ୍ଧୁ ବାଗ,ମକୁନ୍ଦଲାଲ ସାହୁ , ମିତ୍ରଭାନୁ ପଧାନ,କୁଞ୍ଜବିହାରୀ ସରାପ,ବିଭୁତି ଭୂଷଣ ମେହେର,ମୁଖ୍ଯଭୁମିକାରେ ଥିବା ଗୋଷ୍ଠି ସମ୍ବଳ ଶିକ୍ଷକ ଗୋକୁଳ ମେହେର,ଶଙ୍ଖଧରମାଝୀ ପ୍ରମୁଖ ସହଯୋଗ କରିଥିଲେ/ ଉକ୍ତ କାର୍ଯ୍ୟକ୍ରମକୁ ସାଧନ କେନ୍ଦ୍ର ସଂଯୋଜକ କୁଞ୍ଜବିହାରୀ ସରାପ ସଂଯୋଜନା କରିଥିବାବେଳେ ସାଧନ କେନ୍ଦ୍ର ସଂଯୋଜକ ବନମାଳୀ ସାହୁ ଧନ୍ୟବାଦ୍ ଦେଇଥିଲେ!

କ୍ରିଷ୍ଣା ସେଠୀ

କ୍ରିଷ୍ଣା ସେଠୀ

—-ସମ୍ବାଦଦାତା—-

Comments
Loading...