ଶିଶୁପାଳ ହୋଇ ଫେରିଲା ବର : ବନ୍ଦ ହେଲା ବାଲ୍ୟ ବିବାହ

ସୁନ୍ଦରଗଡ଼ : ବନ୍ଦ ହେଲା ବାଲ୍ୟ ବିବାହ।  ବାଜା ରୋଷଣି କରି ଆସିଥିଲା ବର  । ଶିଶୁପାଳ ହୋଇ ଫେରିଲା ବର । ଏପରି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ   । ଗତକାଲି ବିଳମ୍ବିତ ରାତିରେ କୁଆଁରମୁଣ୍ଡା ଫାଣ୍ଡି ବ୍ଲକ କଲୋନୀରେ ରାଜସ୍ଥାନର ଯୁବକ ଜଣେ ନାବାଳିକାକୁ ବିବାହ କରିବାକୁ ବାଜା ରୋଷଣି କରି ଆସିଥିଲେ  ।  ବାହାଘର ଆରମ୍ଭ ବେଳେ ଚାଇଲଡ଼ ଲାଇନ ଏବଂ ପୋଲିସର ହସ୍ତକ୍ଷେପ କରିଥିଲେ  । ଫଳରେ ବାହାଘର ବନ୍ଦ ହେବା ସହ ବର ଓ ପରିବାର ଲୋକେ ଥାନାର ଅଟକ ଅଛନ୍ତି । ନାବାଳିକାର ବୟସ ପାଖାପାଖି 15 ବର୍ଷ ବୋଲି ଜଣାପଡିଛି । କେଉଁ ପରିସ୍ଥିତିରେ ଏତେ କମ ବୟସରେ ଝିଅକୁ ବାହା ଦେଉଥିଲେ ସେ ନେଇ ନାବାଳିକାର ମାତା ପିତାଙ୍କୁ ମଧ୍ୟ ପୋଲିସ ଏବଂ ଚାଇଲଡ଼ ତରଫରୁ ଜେରା କରାଯାଉଛି । ଆଜି ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏନେଇ କୁଆଁରମୁଣ୍ଡା ଥାନାରେ ମାମଲା ରୁଜୁ ହୋଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ସଚେତନତା ଏବଂ ଶିଶୁ ସୁରକ୍ଷା ବିଭାଗ ର ସ୍ଥାଣୁତା ଯୋଗୁଁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।

Comments
Loading...