ତିଥି ଓ ପର୍ବ-ଦିବସ: ଶୁକ୍ରବାର ଫାଲ୍ଗୁନ କୃଷ୍ଣ ସପ୍ତମୀ ରାତ୍ରି ୦୭:୫୪:୪୮ ଗତେ ଅଷ୍ଟମୀ ତିଥି। ବିଛାଚନ୍ଦ୍ର ଅହୋରାତ୍ର। ଅନୁରାଧା ରାତ୍ରି ୧୦:୩୮:୧୨ ଗତେ ଜ୍ୟେଷ୍ଠା ନକ୍ଷତ୍ର। ପଞ୍ଚାୟତିରାଜ ଦିବସ, ବିଜୁ ପଟ୍ଟନାୟକ ଜୟନ୍ତୀ (୦୫-୦୩-୧୯୧୬)। ସପ୍ତମୀ ତିଥିରେ ତାଳ ଏବଂ ରାତ୍ରି ୦୭:୫୪:୪୮ ଗତେ ଅଷ୍ଟମୀ ତିଥିରେ ନଡ଼ିଆ ଓ ଆମିଷ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।