ଡାବୁଗାଁ , ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମିଳନୀ କକ୍ଷ ଠାରେ ଶୁକ୍ରବାର ପଞ୍ଚାୟତ ରାଜ ଦିବସ ଓ ୧୦୫ ତମ ବୁଜୁ ପଟ୍ଟନାୟକ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମଉଡ଼ ମଣି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ କୁ ପଞ୍ଚାୟତ ରାଜ ଦିବସ ଭାବରେ ପାଳନ କରାଯାଏ । ଆଜିର ଏହି ସୋମରହ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଉପାଧଖ୍ୟା ନିବେଦିତା ମହାନ୍ତି , ଡାବୁଗାଁ ବିଡ଼ିଓ ରଞ୍ଜିତ ମେରୀ ନାୟକ , ଡାବୁଗାଁ ବ୍ଲକ ଚେୟାରମ୍ୟାନ ବଂଶୀଧର ମାଝୀ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ ,ସାଂସଦ ପ୍ରତିନିଧି ଏମଆପା ରାଓ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ ଓ ଡାବୁଗାଁ ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସମସ୍ତ ପିଓ ଉପସ୍ଥିତ ଥିଲେ । ଏହି ବୈଠକରେ ବିଜୁ ବାବୁଙ୍କ କର୍ମଠ ସମୟ , ଓଡିଶା ବାସିଙ୍କ ପାଇଁ ତାଙ୍କର ବଳିଦାନ ଗ୍ରାମର ଉନ୍ନତି ପାଇଁ ସେ କିପରି ଚେଷ୍ଟା କରିଥିଲେ ସେହି ବିଷୟରେ ଆଲୋଚନା କରାଯାଇଥିଲା ।ପରେ ସମସ୍ତ ପଞ୍ଚାୟତର ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରାଯାଇଥିଲା ।
ମିହିର ଶଙ୍କର ପାତ୍ର
— ଜିଲ୍ଲା ସମ୍ବାଦଦାତା ( ନବରଙ୍ଗପୁର )