ସରକାରଙ୍କ 5T କୁ ଉଲଘଂନ କରୁଛନ୍ତି ସ୍ଥାନୀୟ ପ୍ରଶାସନ

ବଲାଙ୍ଗୀର : ସରକାର କେତେ ଯେ ଯୋଜନା କରୁଛନ୍ତି। କିନ୍ତୁ ସେ ଯୋଜନା ସବୁ ପହଞ୍ଚି ପାରୁନାହିଁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ।ଥିଲାବାଲା ଲୋକ ଅସାଧୁ କର୍ମଚାରୀ ମାନଙ୍କୁ ହାତଗୁଞ୍ଜା ଦେଇ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି। କିନ୍ତୁ ଜଣେ ଗରିବ, ଅସହାୟ ଲୋକ ଯେତେ କାକୁତି ମିନତି କଲେ ମଧ୍ୟ ତା କଥା କେହି ଶୁଣୁ ନାହାନ୍ତି। ଲୋକଙ୍କ ଠୁ ଧାର ଉଧାର କରି ହାତଗୁଞ୍ଜା ଦେଲେ ମଧ୍ୟ ପଇସା ନେଇ କାମ ମଧ୍ୟ କରୁନାହାନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗ୍ରାମ ରେ। ଗ୍ରାମ ରେ ବାସ କରନ୍ତି ଡକ୍ରି ବରିହା, ତାଙ୍କ ସ୍ବାମୀ ଏବଂ ବାପ ମାଁ ଛେଉଣ୍ଡ ଝିଅ ନାତୁଣୀ।ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି।ଗଲା ଆଷାଢ଼ ମାସରେ ତାଙ୍କ ଘରଟି ଭାଙ୍ଗି ଯାଇଛି।ନିଜେ ସରପଞ୍ଚ ଆସି ଦେଖି ଯାଇଛନ୍ତି।ଜରିପାଲ ଆଡି ବହୁତ ଦୟନୀୟ ଅବସ୍ଥାରେ ପଡ଼ିରହିଛନ୍ତି। ବ୍ଲକ ରୁ ନେଇ ପଞ୍ଚାୟତ ଅଫିସ୍ କୁ ବାରମ୍ବାର ଧାଇଁ ଥକି ଗଲେଣି ତଥାପି କୈାଣସି ପ୍ରକାର ସାହାଯ୍ୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ।ଡକ୍ରି ବରିହା ଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ସରପଞ୍ଚ ତାଙ୍କ ଠାରୁ ଆବାସ ଯୋଜନାରେ ଘର ଖଣ୍ଡିଏ ଦେବା ପାଇଁ ୧୦୦୦ ଟଙ୍କା ହାତଗୁଞ୍ଜା ନେଇ ଥିବା ଡକ୍ରି କୁହନ୍ତି।ପଇସା ନେଇ ମଧ୍ୟ ସରପଞ୍ଚ ତାଙ୍କୁ  ଘର ଦେଇ ନାହାନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି। ଅତି ଶୀଘ୍ର ଏହି ଅସହାୟ ପରିବାର କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଦେବା ପାଇଁ ଗ୍ରାମବାସୀ କହିଛନ୍ତି।

କ୍ରିଷ୍ଣା ସେଠୀ

— ସମ୍ବାଦଦାତା

Comments
Loading...