ଉମରକୋଟ -ନବରଙ୍ଗପୁର ମୁଖ୍ୟ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନବରଙ୍ଗପୁର- ଶୁକ୍ରବାର ଅପରାହ୍ନ ପ୍ରାୟ 3:20 ସମୟରେ ଉମରକୋଟ ବ୍ଲକ ଅନ୍ତର୍ଗତ ଧୋଡ୍ରା ଗ୍ରାମ ବୀଡରୀ ନଦୀ ପାଖରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ରାଇଘର ବ୍ଲକ ଧଡ୍ରାପାରା ଗ୍ରାମ ର ଶ୍ରୀ ସାଗର ସତନାମୀ(25 )ଏବଂ ଶ୍ରୀ ଯୁବରାଜ ସତନାମୀ (26) ଏକ ନମ୍ବର ବିହୀନ TVS ମୋଟର ସାଇକେଲ ରେ ରାଇଘର ରୁ କଳାହାଣ୍ଡି ଅଭିମୁଖେ ଯାଉଥିଲେ ଏବଂ ଉମରକୋଟ ବ୍ଲକ ଅନ୍ତର୍ଗତ ଧଡ଼ରl ଗ୍ରାମ ବୀଡରି ନଦୀ ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ମୋଟର ସାଇକେଲ କୁ ପଛ ଆଡୁ ଧକ୍କା ଦେବା ଯୋଗୁଁ ଘଟଣା ସ୍ଥଳରେ ହିଁ ସାଗର ସତନାମୀ ର ମୃତ୍ୟୁ ହୋଇଥିବାବେଳେ ଯୁବରାଜ ସତନାମୀ ଗୁରୁତର ଆହତ ହୋଇଛନ୍ତି l

ସୌଭାଗ୍ୟ ବଶତଃ ସେହି ରାସ୍ତା ଦେଇ ରାଇଘର ର ଜଣେ ପୋଲିସ ବାବୁ ନିଜ ବୋଲେରୋ ଯୋଗେ ରାଇଘର ଫେରୁଥିଲେ ଏବଂ ଘଟଣା ସ୍ଥଳରେ କିଛି ସମୟ ଅଟକି ରହିଥିଲେ l ଆମ୍ବୁଲାନ୍ସ ଆସିବା ବିଳମ୍ୱ ହେବାରୁ ସେ ଗୁରୁତର ଯୁବରାଜ କୁ ନିଜ ବୋଲେରୋରେ ନେଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରେଇଥିବା ସୂଚନା ମିଳିଛି l

ମିହିର ଶଙ୍କର ପାତ୍ର

— ଜିଲ୍ଲା ସମ୍ବାଦଦାତା – ନବରଙ୍ଗପୁର

Comments
Loading...