ତେଲେଙ୍ଗାନା ରେ ବନ୍ଧା ପଡିଛନ୍ତି ପାଟଣାଗଡ଼, ଖପ୍ରାଖୋଲ,ବେଲପଡା ଅଞ୍ଚଳର ୩୫ ଦାଦନ ଶ୍ରମିକ

ବଲାଙ୍ଗୀର ଜିଲ୍ଲା(06/03/2021) ଏକ ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ୍ କୁଖ୍ୟାତି ଅର୍ଜନ କରିଛି ସାରା ଭାରତରେ। ଏଠାକାର ଅଶିକ୍ଷିତ, ଅସହାୟ,ଗରିବ ଶ୍ରେଣୀର ଲୋକମାନେ ସର୍ଦ୍ଦାର୍,ଦଲାଲ ମାନଙ୍କ ମିଠା କଥା ଏବଂ ପଇସା ଲୋଭରେ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟ କୁ ଦି ପଇସା ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଉଛନ୍ତି।କୀନ୍ତୁ ସେଠାରେ ସେମାନେ ଅକଥନୀୟ ଅତ୍ୟାଚାର ସହିବାକୁ ପଡୁଛି। ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଛି। ତଥାପି ସଚେତନତା ଅଭାବ ଏବଂ ପ୍ରଶାସନ ର ଅବହେଳା ଯୋଗୁଁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି। ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲୁହାସିଂହା ଗ୍ରାମର ଲକ୍ଷ୍ମଣ ସାହୁ, ପ୍ରମିଳା ସାହୁ, ବିଶାଖା ସାହୁ, ଜିତୁ ସାହୁ,ଚାଉଳବାଞ୍ଜୀ ଗାଁ ର ଶିବା ମାଝୀ ଏବଂ ଆହୁରି ଦାଦନ ଶ୍ରମିକ ସୂଦୁର ତେଲେଙ୍ଗାନା ରେ ଅକଥନୀୟ ନିର୍ଯାତନା ସହୁଛନ୍ଥି।

ଏମାନଙ୍କ କହିବା କଥା ହେଲା ବେଲପଡା ବ୍ଲକ ର ଦାଦନ ସର୍ଦ୍ଦାର୍ ଡିଲେଶ୍ବର ବେହେରା ସମସ୍ତଙ୍କୁ ୫୦୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ମିଛ ପ୍ରତିଶ୍ରୁତି ଦେଇ ତେଲେଙ୍ଗାନା ର ଏକ ଇଟାଭାଟି ରେ ସମସ୍ତ ଙ୍କୁ ବିକ୍ରି କରି ଦେଇ ଫେରାର ଅଛନ୍ତି।ଏପଟେ ଇଟାଭାଟି ମାଲିକ ସଲିମ ସେଟ୍ ମହିଳା ଶ୍ରମିକ ମାନଙ୍କୁ ବେଶ୍ୟଳୟ ରେ ବିକ୍ରି କରିଦେବି ବୋଲି ଧମକ ଦେଇଛନ୍ତି।ଏସବୁ ଦୁଃଖ କାହାଣୀ ଶ୍ରମିକ ମାନେ ଫୋନ୍ ମାଧ୍ୟମରେ ଜଣାଇଛନ୍ତି। ପୁରୁଷ ଶ୍ରମିକଙ୍କୁ ସବୁ ବେଳେ ମାଡ ଗାଳି ଦେଉଥିବା ଅଭିଯୋଗ କରିଛନ୍ତି।

କ୍ରିଷ୍ଣା ସେଠୀ

— ସମ୍ବାଦଦାତା

Comments
Loading...