ଲୁଟେରାଙ୍କୁ ଧରିଲା ପୋଲିସ

ବଲାଙ୍ଗୀର ପୋଲିସ ଆଜି ହାଇୱା ଡ୍ରାଇଭର ଙ୍କ ଠାରୁ ଲୁଟ କରି ଫେରାର ହୋଇଥିବା ଅଭିଯୁକ୍ତ ଙ୍କୁ ଗିରଫ କରିଛି ।ସୂଚନାରୁ ପ୍ରକାଶ ଯେ ଗତ 05/03/2021 ସକାଳ 4 ଟା ବେଳେ ଏକ ହାଇୱା ଟ୍ରକ୍ ମନୋହରପୁର ରୁ ବଲାଙ୍ଗୀର ସହରକୁ ଆସୁଥିବା ବେଳେ 3 ଜଣ ବ୍ଯକ୍ତି ଟ୍ରକକୁ ଅଟକାଇ ଡ୍ରାଇଭରକୁ ଛୁରାରେ ଆଘାତ କରି ତାଙ୍କ ଠାରୂ ଏକ ହଜାର ଟଙ୍କା ଲୂଟିଥିଲେ । ସେତେବେଳେ ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ଜଣେ ଲୁଟେରା ଟଙ୍କା ଓ ଛୁରା ସହ ଫେରାର ହୋଇଥିଲା । ଆଉ ଦୁଇଜଣଙ୍କୁ ଲୋକେ କାବୁ କରିଥିଲେ । ପୋଲିସ ଅନୁସଂଧାନ କରି ଆଜି ସାବାଳକ ଅଭିଯୁକ୍ତ କୁ ଗିରଫକରି ତା ଠାରୁ ଏକ ହଜାର ଟଙ୍କା ଓ ଆକ୍ରମଣ ରେ ବ୍ଯବହୃତ ଛୁରା ଜବତ କରିଛି ।

କ୍ରିଷ୍ଣା ସେଠୀ

— ସମ୍ବାଦଦାତା

Comments
Loading...