ରେଳ ଫାଟକ ବନ୍ଦ କାରଣରୁ ଉତ୍ତେଜନା

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବସ୍ତି ରୋଡ଼ ରେଳଫାଟକ ବନ୍ଦକରି ଦିଆଯାଇଛି । ଉତ୍ତେଜନା ପ୍ରକାଶ ପାଇଛି ଯେ ଲୋଇସିଂହା ଦେଇ ଯାଇଥିବା ସମ୍ବଲପୁର – ଟିଟିଲାଗଡ଼ ରେଳ ଲାଇନ କିଛି ବର୍ଷ ପୂର୍ବେ ବସ୍ତି ରାସ୍ତା ତଥା ଲୋଇସିଂହା ଷ୍ଟେସନ ପୂର୍ବ ଫାଟକ ଇଣ୍ଟରଲକ କରାଯାଉଥିଲା । ରେଳ ଚକାର ଅଫ ଏଣ୍ଡ ଡାଉନ ସମୟ ରେ 17 ମିନିଟ ପୂର୍ବରୁ ଫାଟକ ପଡି ଯାଉଥିବାରୁ ଜନସାଧାରଣ ଯାତାୟାତ କରୁ ଥିବା ବେଳେ ଘୋର ଅସୁବିଧା ସମ୍ମୁଖୀନ ହେଉଥିଲେ । ଏହି ସମସ୍ୟା ଦୂର କରିବା ପାଇଁ ରେଳ ବିଭାଗ ପକ୍ଷରୁ ଫାଟକ ଓ ଷ୍ଟେସନ ମଝିରେ ଭୂତଲ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା । ପ୍ରାରମ୍ଭ ରେ ଅସୁବିଧା ନେଇ ଲୋଇସିଂହା ବାସୀ ବିରୋଧ କରି ଦାବୀ କରିଥିଲେ ହେଲେ ଏହା ସମ୍ଭବ ନୁହେଁ ବଳି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ପରେ ଅଞ୍ଚଳ ବାସୀ ଭୁତଳପୋଲ କାମରେ ସହମତି ପ୍ରକାଶ କରିଥିଲେ । ତେବେ ଭୁତଳ ପୋଲ ରାସ୍ତା ରେ ସନ୍ଧ୍ୟା ସମୟରେ ଯାତାୟାତ କରୁଥିବା ବେଳେ ଆଲୋକୀ କରଣ ଏବଂ ବର୍ଷା ପାଣି ନିସ୍କାସନ ବ୍ୟବସ୍ଥା କରାଯାଇ ନାହିଁ ।

ବିନା ସୂଚନା ରେ ହଠାତ ରେଳ ଫାଟକ ବନ୍ଦ କରିଦେବା ନେଇ ଦିଲୀପ ବେହେରା, ନବକିଶୋର ନାୟକ, ଲୋଇସିଂହା ସରପଞ୍ଚ ସୁନୀଲ କୁମାର ଅଗ୍ରୱାଲ ଏବଂ ଲୋଇସିଂହା ଗ୍ରାମବାସୀ ଘଟଣା ସ୍ଥଳରେ ଉପସ୍ଥିତ ଥାଇ ବିରୋଧ କରିଥିଲେ ଏବଂ ରେଳ ବିଭାଗ ର ଜଣେ ଠିକାଦାର ବିରୋଧ କରୁଥିବା ଗ୍ରାମବାସୀ ଙ୍କୁ ଦୃର୍ବ୍ଯବହାର କରିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ରେଳ ବିଭାଗ ର ଜଣେ ଅଧିକାର ହସ୍ତକ୍ଷେପ କରି 2024 ମସିହା ସୁଦ୍ଧା ଦେଶର ସମସ୍ଥ ଫାଟକ ବନ୍ଦ ହେବାକୁ ଯାଉଥିବା ବେଳେ ଆଜି ଠାରୁ ଅସ୍ଥାୟୀ ଭାବେ ବିଦ୍ଯୁତ୍ କରଣ କରାଯିବା ଏବଂ ପମ୍ପ ଲଗାଇ ବର୍ଷା ଦିନେ ପାଣି ନିଷ୍କାସନ ସୁବିଧା କରା ଯିବ ବୋଲି ପ୍ରତିଶୃତି ଦେବାରୁ ପରିସ୍ଥିତି ଶାନ୍ତ ପଡିଥିଲା

କ୍ରିଷ୍ଣା ସେଠୀ

ସମ୍ବାଦଦାତା – କୋଶଲ ନ୍ୟୁଜ୍


Comments
Loading...