ତିଥି ଓ ପର୍ବ–ଦିବସ: ମଙ୍ଗଳବାର ଫାଲ୍ଗୁନ କୃଷ୍ଣ ଏକାଦଶୀ ଦିବା ୦୩:୦୨:୩୩ ଗତେ ଦ୍ଵାଦଶୀ ତିଥି। ମକରଚନ୍ଦ୍ର ଅହୋରାତ୍ର। ଉତ୍ତରାଷାଢ଼ା ରାତ୍ରି ୦୮:୪୧:୫୨ ଗତେ ଶ୍ରବଣା ନକ୍ଷତ୍ର। ବିଜୟା ଏକାଦଶୀ, ପଙ୍କୋଦ୍ଧାର ଏକାଦଶୀ (ସର୍ବସମ୍ମତ)। ଏକାଦଶୀ ତିଥିରେ ଶିମ୍ବ ଓ ଆମିଷ ଏବଂ ଦିବା ୦୩:୦୨:୩୩ ଗତେ ଦ୍ଵାଦଶୀ ତିଥିରେ ପୋଇ ଓ ମସୁରଡାଲି ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।