ଆମର ସୁନ୍ଦର ବଲାଙ୍ଗିର ସଙ୍ଘଠନ ତରଫ ରୁ ରକ୍ତ ଦାନ ଶିବିର

ଆଜି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ର ଲାଠୋର ଅଗ୍ରସେନ୍ ଭବନରେ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଆମର ସୁନ୍ଦର ବଲାଙ୍ଗିର ସଙ୍ଘଠନ ଏବଂ ସମାଜସେବୀ ସୁଶୀଲ ଅଗ୍ରୱାଲ ତରଫ ରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା!

ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଶଙ୍କରଲାଲ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଶିବ ପ୍ରସାଦ ବାରିକ ସରସ୍ବତୀ ଶିଶୁ ମନ୍ଦିର ଲାଠୋର ପ୍ରଧାନ ଆଚାର୍ଯ୍ୟ, ରଜତ କୁମାର ମିଶ୍ର, ମୋହନ ସୁନା, ଶିଶୁ ପଧାନ,ପ୍ରଥମେ ଉନ୍ମୋଚନ କରିଥିଲେ! ଓ ଆମର ସୁନ୍ଦର ବଲାଙ୍ଗୀର ସଙ୍ଘଠନ ର ସଭପତି ଶ୍ରୀଯୁକ୍ତ କ୍ରିଷ୍ଣା ସେଠି,ସମ୍ପାଦକ ବେଦବର ଛତ୍ରିଆ,ଓ ପାଟଣା ଗଡ ଉପ ଖଣ୍ଡିୟ ରେଡ଼କ୍ରସ ରୁ ଆସିଥିବା ତାପସ ରଞ୍ଜନ ସାହୁ ମନୋଜ କୁମ୍ଭାର, ସୁଶାନ୍ତ ପଧାନ ଓ ଷ୍ଟାଫ୍ଫ ୨୩ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ! ସର୍ବ ପ୍ରଥମେ ରଜତ କୁମାର ମିଶ୍ର,, ନୀଳମାଧବ ମେହେର, ଶିବା ଠାକୁର,ବୁଲୁ ସେଠୀ, ଓ ମହିଳା ଭାବେ ପ୍ରଥମେ ବବିତାଞ୍ଜଳି ମୁଣ୍ଡ ରକ୍ତଦାନ କରିଥିଲେ।୧୫ ଦିନ ବ୍ୟବଧାନରେ ଲାଠୋର ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲେ ମଧ୍ୟ ବହୁ ସଂଖ୍ୟାରେ ଆମର୍ ସୁନ୍ଦର ବଲାଙ୍ଗୀର ର କାର୍ଯ୍ୟକର୍ତ୍ତା ରକ୍ତଦାନ କରି ରକ୍ତଦାନ ଶିବିର କୁ ସଫଳ କରିଥିଲେ। ସେଥିପାଇଁ ଆମର୍ ସୁନ୍ଦର ବଲାଙ୍ଗୀର ସଂଗଠନ ପକ୍ଷରୁ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗକୁ ଏପରି ଜନହିତକର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆମର୍ ସୁନ୍ଦର ବଲାଙ୍ଗୀର ସଂଗଠନ ର ସଭାପତି କ୍ରିଷ୍ଣା ସେଠୀ କହିଛନ୍ତି।

କ୍ରିଷ୍ଣା ସେଠୀ

— ସମ୍ବାଦଦାତା

Comments
Loading...