ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ କୃଷ୍ଣ ତ୍ରୟୋଦଶୀ ଦିବା ୦୨:୪୦:୧୪ ଗତେ ଚତୁର୍ଦ୍ଦଶୀ ତିଥି। ମକରଚନ୍ଦ୍ର ଦିବା ୦୯:୨୧ ଗତେ କୁମ୍ଭଚନ୍ଦ୍ର। ଧନିଷ୍ଠା ରାତ୍ରି ୦୯:୪୫:୫୦ ଗତେ ଶତଭିଷା ନକ୍ଷତ୍ର। ଶରଣ, ମହାଶିବରାତ୍ରି, ଜାଗର (ସ୍ମାର୍ତ୍ତ), ଶିବ ଚତୁର୍ଦ୍ଦଶୀ ଓ ବେଢ଼ା ପରିକ୍ରମା,ଚତୁର୍ଦ୍ଦଶୀ ନକ୍ତ ବ୍ରତ, ସୋ-ବେ-ମେରାଜ, ବିଶ୍ୱ ବୃକ୍କ ଦିବସ (ମାର୍ଚ୍ଚ ୨ୟ ଗୁରୁବାର)। ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ। ଦିବା ୧୨:୩୩ଠାରେ କୁମ୍ଭରାଶିକୁ ବୁଧ ଚଳନ। ତ୍ରୟୋଦଶୀ ତିଥିରେ ବାଇଗଣ ଏବଂ ଦିବା ୦୨:୪୦:୧୪ ଗତେ ଚତୁର୍ଦ୍ଦଶୀ ତିଥିରେ ବିରି ଓ ତୈଳ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।