ତିଥି ଓ ପର୍ବ–ଦିବସ: ଶୁକ୍ରବାର ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିବା ୦୩:୦୨:୫୭ ଗତେ ଅମାବାସ୍ୟା ତିଥି। କୁମ୍ଭଚନ୍ଦ୍ର ଅହୋରାତ୍ର। ଶତଭିଷା ରାତ୍ରି ୧୦:୫୧:୩୫ ଗତେ ପୂର୍ବଭାଦ୍ର ନକ୍ଷତ୍ର। ଶରଣ, ମହାଶିବରାତ୍ରି (ବୈଷ୍ଣବ), ନଷ୍ଟ ଚନ୍ଦ୍ରୋପବାସ ଓ ନିଶା ପାଳନ। ଚତୁର୍ଦ୍ଦଶୀ ତିଥିରେ ବିରି ଓ ତୈଳ ଏବଂ ଦିବା ୦୩:୦୨:୫୭ ଗତେ ଅମାବାସ୍ୟା ତିଥିରେ ଆମିଷ ଓ ତୈଳ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।