ତିଥି ଓ ପର୍ବ–ଦିବସ: ରବିବାର ଫାଲ୍ଗୁନ ଶୁକ୍ଳ ପ୍ରତିପଦ ସନ୍ଧ୍ୟା ୦୫:୦୬:୩୩ ଗତେ ଦ୍ଵିତୀୟା ତିଥି। ମୀନଚନ୍ଦ୍ର ଅହୋରାତ୍ର। ଉତ୍ତରଭାଦ୍ର ରାତ୍ରି ୦୨:୧୯:୫୭ ଗତେ ରେବତୀ ନକ୍ଷତ୍ର। ମୀନ ସଂକ୍ରାନ୍ତି, ଦ୍ଵିତୀୟା ଚନ୍ଦ୍ର ଦର୍ଶନ, ପୂଜା ଓ ଅର୍ଘ୍ୟଦାନ। ପ୍ରତିପଦ ତିଥିରେ ପାଣିକଖାରୁ ଏବଂ ସନ୍ଧ୍ୟା ୦୫:୦୬:୩୩ ଗତେ ଦ୍ଵିତୀୟା ତିଥିରେ ଭେଜିବାଇଗଣ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।