ଫେସବୁକ୍ ଖୋଜିଦେଲା ନିଖୋଜ ନାବାଳିକାକୁ

ଶୁକ୍ରବାର ଦିନ ଲଖନା କୋଳନି ଠାରେ ଶିବରାତ୍ରୀ ପୂଜା ଚାଲିଥିବା ବେଳେ ଏକ ଅଜଣା ନାବାଳିକା ସେହି ସ୍ଥାନରେ ବୁଲାବୁଲି କରୁଥିଲା। ବହୁତ୍ ସମୟ ପରେ ଲୋକେ ତାକୁ ପଚାରିଲେ କୋଉଠୁ ଆସିଛୁ, କିନ୍ତୁ ସେ କିଛି ବି କହିପାରୁନଥିଲା । କଲୋନୀ ର ମହିଳା ମାନେ ଖାଇବାକୁ ମଧ୍ୟ ଦେଇଥିଲେ। ଏବଂ ବହୁତ୍ ଚେଷ୍ଟା କଲେ ସେ କୋଉ ଗାଁ ର କିନ୍ତୁ କିଛି ବି ଜଣାପଡ଼ିଲା ନାହିଁ। ପରେ ଲଖନା ଥାନା କୁ ଯୋଗାଯୋଗ କରି ଚାଇଲଡ୍ ହେଲ୍ପ ଲାଇନ ସେଣ୍ଟର୍ କୁ ଫୋନ୍ କରିବାରୁ ନୂଆପଡ଼ା ଚାଇଲ୍ଡ ହେଲ୍ପ ଅଫିସର୍ ଆସି ସେହି ଝିଅ କୁ ନୂଆପଡ଼ା ଚାଇଲ୍ଡ ହେଲ୍ପ ସେଣ୍ଟର୍ କୁ ନେଇଯାଇଥିଲେ। ଝିଅର ମାନସିକ ଭାରସାମ୍ୟ ଠିକ୍ ନଥିବା ଜଣାପଡିଛି। ଏହି ଖବରକୁ ସାମ୍ବାଦିକ ବେଦବର ଛତ୍ରିଆ Facebook ର ବିଭିନ୍ନ ଗ୍ରୁପ୍ ରେ ପୋଷ୍ଟ କରିଥିଲେ। ଯାହାଫଳରେ ଝିଅର ପରିବାର ଲୋକଙ୍କ ପର୍ଯ୍ୟନ୍ତ ଖବର ମିଳିଗଲା। ଏହି ପୋଷ୍ଟ ଦେଖିବା ପରେ ଗମ୍ଭାରୀ ର ରଶ୍ମିତା ବରିହା, ଏବଂ ଚୋରମୁଣ୍ଡା ର ଗଣପତି ସୁନା।ବେଦବର ଛତ୍ରିଆ ଙ୍କୁ ଯୋଗାଯୋଗ କରିଥିଲେ ଏବଂ ଉକ୍ତ ନାବାଳିକାକୁ ଉଦ୍ଧାର କରିବା ପାଇଁ କହିଥିଲେ। ଆଜି ନାବାଳିକା ର ପରିବାର ଲୋକଙ୍କ ସହିତ ବେଦବର ଆସି ନୂଆପଡାର ଚାଇଲ୍ଡ ହେଲ୍ପ ସେଣ୍ଟର୍ ରୁ ଝିଅଙ୍କୁ ଆଣିଥିଲେ। ଝିଅ ଟି ହେଉଛି ବରଗଡ଼ ଜିଲ୍ଲା ଟେମ୍ରିମାଲ୍ ଗ୍ରାମର ଧୃବରାଜ୍ ଙ୍କ ଝିଅ ସରସ୍ଵତୀ। ବୟସ ୧୩ ବର୍ଷ। ଝିଅଙ୍କୁ ପାଇ ପରିବାର ଲୋକେ ଗଣପତି ଏବଂ ରଶ୍ମିତା ବରିହା ଙ୍କୁ ଧନ୍ୟବାଦ୍ ଦେଇଛନ୍ତି। ଏବଂ ବେଦବର ଛତ୍ରିଆ ଙ୍କୁ ଉକ୍ତ ନାବାଳିକା ଗ୍ରାମ ର ଭଦ୍ରବ୍ୟକ୍ତି ସାଧୁ ବାଦ୍ ଜଣେଇଛନ୍ତି।

Comments
Loading...