ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ରେ ଭିନ୍ନକ୍ଷମ ମନଙ୍କୁ ଅଣଦେଖା


ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ରେ ସରକାରଙ୍କ କୋଭିଡ କଟକଣା ର ଅବମାନନା କରାଯାଉଥିବା ଦେଖିବାକୁ ମିଳିଛି । ଏହା ଛଡା ସଖାଳରୁ ଆସିଥିବା ଭିନ୍ନକ୍ଷମ ମନଙ୍କୁ ଅଣଦେଖା କରାଯାଉଛି । ଅନୁଷ୍ଠିତ ଅଭିଯାନରେ ପରିଚାଳନା କରୁଥିବା ବ୍ଲକ ବିଏସଏସଓ ଏହି କାର୍ଯ୍ୟକ୍ରମ ବିଷୟରେ ପୂର୍ବରୁ କିଛି ସୂଚନା ଦେଇନଥିବା ସ୍ଥାନେ ସ୍ଥାନେ ଆଲଚନା ର ବିଷୟ ପାଲିଟି ଥିବା ବେଳେ, ଅଧିକାଂଶ ଲୋକ ଆସିକି ନ ଖାଇ ଫେରିଯାଇଥିଲେ ଏବଂ ସଠିକ ରୂପେ ସୂଚନା ପାଇ ନଥିବାରୁ ବହୁ ଲୋକ ଆସିକି ଫେରି ଯାଇଥିଲେ । ନିଜେ ବିଏସଏସଓ ଅତୁନ ଦେଉରୀ ମାସ୍କ ନ ପିନ୍ଧି ଅଭିଯାନ ରେ ଆସିଥିବା ଭିନ୍ନକ୍ଷମ ଲୋକଙ୍କ ସହ ମିଳାମିଶା କରୁଥିବା ଦେଖା ଦେଇଥିଲା । ଦୁଃଖର ବିଷୟ ଅଭିଯାନରେ ଆସିଥିବା କିଛି ଭିନ୍ନକ୍ଷମ ଲୋକଙ୍କୁ ବସିବା ପାଇଁ ମଧ୍ୟ ସ୍ଥାନ ଦିଆଯାଇ ନଥିଲା । ଯେଉଁଠିକି ବ୍ଲକ ର କାର୍ଯ୍ୟକର୍ତା ମନେ ବହୁତ ଆରାମ ରେ ବସି ଗପସାପ କରୁଥିବା ,ଫୋନରେ ବିଜି ରହିବା ଦେଖୀବାକୁ ମିଳି ଥିଲା । ଯେଉଁଠି ଏକ ସାଧାରଣ ଲୋକଙ୍କୁ ବିନା ମାସ୍କ ପାଇଁ ଦଣ୍ଡ ବିଧାନ ର ନିୟମ କରାଯାଉଛି ସେଇଠି ବ୍ଳକ କାର୍ଯ୍ୟାଳୟ ର କର୍ମକର୍ତା ଙ୍କ ଏପରି ବିନା ମାସ୍କ ଓ ବିନା ସାମାଜିକ ଦୂରତା ପାଳନ କରି ଅଭିଯାନ କରିବା କଣ ଦଣ୍ଡନୀୟ ଅପରାଧ ନୁହେଁ ବୋଲି ଜନସଧାରଣ ପ୍ରଶ୍ନ କରିଛନ୍ତି ।ଖାଲି ବେନେର ଲାଗିଥିଲା ସାମାଜିକ ଦୂରତା ପାଇଁ କିନ୍ତୁ ନା ସାବୁନ ,ନା ସେନିଟାଇଜେର ର ବ୍ୟବସ୍ଥା ମଧ୍ୟ କରାଯାଇ ନଥିଲା ।ଖାଲି କାଗଜ ପାତ୍ର ରେ ସବୁ ଠିକ ଚାଲିଛି ବୋଲି ଦର୍ଶାଇ ସରକାରଙ୍କ ପଇସା ବର୍ବାଦ କରାଯାଉଛି ।ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଜିର କାର୍ଯ୍ୟକ୍ରମ ବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ।

Comments
Loading...