IFHD ସଂସ୍ଥା ପକ୍ଷରୁ ଏସ. ଏଚ. ଜି ମା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାଗୁଡା, କାମଠଣା ଓ ସଗଡା ଠାରେ IFHD (India Foundation for Humanistic Development) ତରଫରୁ Aditya Birla ସହାୟତା ରେ ସ୍ଵଂୟ ସହାୟକ ଗୋଷ୍ଠୀର ମା ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ IFHD ର C.O.O.ଭେଙ୍କଟ ରମନ୍ ଯୋଗଦେଇ କାର୍ଯକ୍ରମ ର ମୁଖ୍ୟ ଉଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ, ଯେପରିକି ସ୍ଵଂୟ ସହାୟକ ଦଳର ମା ମାନଙ୍କର ଜୀବନ ଜୀବିକା ର ମାନଦଣ୍ଡକୁ ଅଭିବୃଦ୍ଧି କରାଇବା ସହ ସେମାନେ କିପରି କୁଶଳୀ ବ୍ୟବସାୟୀ ହୋଇପାରିବେ ଏହି ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ସୁବାଷ ନାୟକ ଓ ଜିଲ୍ଲା ସଂଯୋଜକ ସୁଦର୍ଶନ ବରାଡ,ପ୍ରିତମ ଦିଗାଲ, ବିଚିତ୍ର ରାଉତ ଓ ଗନ୍ଧର୍ବ ଗୌଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ।

Comments
Loading...