ରାଜ୍ୟ ବ୍ୟାପି କୃଷି ଅଧିକାର ଯାତ୍ରା ର ସଂଘଟନ ନବରଙ୍ଗପୁର ରେ ପହଁଚିଲେ

ନବରଙ୍ଗପୁର:-ଆଜି ନବରଙ୍ଗପୁର ଜିଲ୍ଲା ରେ ପହଁଚିଲା ରାଜ୍ୟ ବ୍ୟପି କୃଷିଆଧିକର ଯାତ୍ରା ର ବସ l ନବରଙ୍ଗପୁର ଜିଲ୍ଲା ର ଚାଷୀ ମାନେ ସ୍ୱାଗତ କରିବା ସହ, ପ୍ରଥମେ ସଂଘଠକ ମାନେ ଡାକ୍ତର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଓଡିଶା ର 12ଗୋଟି କୃଷକ ସଂଘଟନ ର ନେତୃମଣ୍ଡଳୀ ଏକାଠି ହୋଇ କୃଷକ ର ହକ ପାଇଁ ମାର୍ଚ୍ଚ 12 ରୁ ମାର୍ଚ୍ଚ 23 ତାରିଖ ଦିନ ପର୍ଯ୍ୟନ୍ତ ରାଜ୍ୟ ବ୍ୟପି ଯାତ୍ରା କରୁଛନ୍ତି l ମାର୍ଚ୍ଚ 23 ରେ ଭୁବନେଶ୍ୱର ପହଂଚିବା ସହ ସେଠାରେ ସେହିଦିନ ସାରା ଓଡିଶା ର ଚାଷୀ ମାନେ ଏକାଠି ହୋଇ ବିଶାଳ ସମାବେଶ ପାଇଁ ଆୱାନା ଦେଇଛନ୍ତି l କେନ୍ଦ୍ର ସରକାର ଙ୍କ କୃଷି ମାରଣା ନୀତି କୁ ବିରୋଧ କରି ଏହି ଡାକରା ଦିଆଯାଇଛି l ମୁଖ୍ୟତଃ କେନ୍ଦ୍ର ସରକାର ଯେହୁଁ ତିନୋଟି ଆଇନ ଆଣିଛନ୍ତି ପ୍ରଥମ କୃଷି ଜାତ ସାମଗ୍ରୀ ର ବିପଣନ ଓ କାରବାର ଆଇନ -2020,ଦ୍ୱିତୀୟ କୃଷକ ରାଜିନାମା ସଂକ୍ରାନ୍ତିୟ ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଆଇନ-2020, ତୃତୀୟ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ -2020 ଏହି ତିନଟି ଆଇନ କୁ ପ୍ରତ୍ୟାହାର କରିବା ଯାଏଁ ସଙ୍ଘର୍ଷ ଚାଲିବ ବୋଲି ସଙ୍ଘଟକ ମାନେ ବକ୍ତବ୍ୟ ଦେଇଛନ୍ତି l

Comments
Loading...