ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ ଶୁକ୍ଳ ଚତୁର୍ଥୀ ରାତ୍ରି ୧୧:୨୯:୦୩ ଗତେ ପଞ୍ଚମୀ ତିଥି। ମେଷଚନ୍ଦ୍ର ଅହୋରାତ୍ର। ଅଶ୍ବିନୀ ପ୍ରାତଃ ୦୭:୩୦:୫୨ ଗତେ ଦ୍ବିଜା ନକ୍ଷତ୍ର। ବିନାୟକ ଚତୁର୍ଥୀ, ଗୌରୀଗଣେଶ ଚତୁର୍ଥୀ। ଚତୁର୍ଥୀ ତିଥିରେ ମୂଳା ଏବଂ ରାତ୍ରି ୧୧:୨୯:୦୩ ଗତେ ପଞ୍ଚମୀ ତିଥିରେ ବେଲ ଓ ପଣସ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।