କଳାହାଣ୍ଡି ର ଖ୍ଯାତନାମା ଯୁବ ସମ୍ବାଦିକ ଜଗଦିସ ନାଏକଙ୍କ ପରଲୋକ

କଳାହାଣ୍ଡି ଜିଲ୍ଲା ତଥା କର୍ଲାମୁଣ୍ଡା ବ୍ଲକ ର ଖ୍ୟାତନାମା ଯୁବ ସାମ୍ବାଦିକ ଜଗଦିଶ ନାଏକଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ କିଛି ମାସ ହେବ ଶାରିରୀକ ଅସୁସ୍ଥତା ରହିଥିଲେ ମଧ୍ଯ ଗତ କିଛିଦିନ ହେଲା ଚଳଚଞ୍ଚଳ ଥିଲେ । କିନ୍ତୁ ବୁଧବାର ଦିନ ସକାଳେ ହଠାତ ଦେହ ଅସୁସ୍ଥ ହେବା କାରଣ ରୁ ତାଙ୍କୁ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀ ନାଏକଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବାମାତ୍ରେ ବହୁ ଲୋକ ଉପସ୍ଥିତ ଉପସ୍ଥିତ ଥିଲେ । ତେବେ ଜଗଦିସ ନାଏକ ଙ୍କ ନିଜ ଜନ୍ମିତ ଗାଁ ବିନ୍ଧାଣୀ ତେଲନଦୀ ପଠାରେ ତାଙ୍କୁ ଶବ ସତ୍କାର କରାଯାଇଥିଲା ।

ବାପା ଦେବେନ୍ଦ୍ର ନାଏକ ମୁଖାଗ୍ନୀ ଦେଇଥିଲେ । ସ୍ୱଗତଃ ଜଗଦିଶ କର୍ଲାମୁଣ୍ଡା ପ୍ରେସକ୍ଲବ୍ ର ଉପ-ସଭାପତି, ଆମ ହାଲ୍ ଚାଲ୍ ପତ୍ରିକାର ସହ ସଂପାଦକ ଥିବା ବେଳେ ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ ମିଡିଆରେ ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ବାପା, ମା, ଙ୍କ ସହ ଚାରିଭାଇ ଭଉଣୀ ଅଛନ୍ତି । ତାଙ୍କ ବିୟୋଗରେ ନର୍ଲା ନିର୍ବାଚନ ମଣ୍ଡଳି ୱେବ ମେଡିଆ ସଂଘ ଉପ-ସଭାପତି ବୁଦ୍ଧେଶ୍ବର ଚୌଧୁରୀ, ଯୁବ ସାମ୍ବାଦିକ ସୁରେଶ ଚନ୍ଦ୍ର ସାହୁ ,ସୁରଥ ହେର୍ଣ୍ଣା ,ଭିଷ୍ମ ସାହୁ,ବାଲ୍ କୁମାର ସାହୁ, ଓ କଳାହାଣ୍ଡି ୱେବ୍ ମେଡିଆ ସଂଘ ଏବଂ କର୍ଲାମୁଣ୍ଡା ପ୍ରେସ୍ କ୍ଲବ୍ ,ମ.ରାମପୁର୍ ପ୍ରେସ୍ କ୍ଲବ୍,ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସଂପାଦକ ଶଶିଭୂଷଣ ପ୍ରହରାଜ, କଳାହାଣ୍ଡି ଶାଖା ସଭାପତି ନିରୋଜ ପଟ୍ଟନାୟକ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପ୍ରଶାସନ ପକ୍ଷରୁ ମୃତକ ସାମ୍ବାଦିକ ଙ୍କ ପରିବାରକୁ ସହାୟତା ଯୋଗଇଦେବାକୁ ଦାବୀ ହେଉଛି l

Comments
Loading...