ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ ଶୁକ୍ଳ ଷଷ୍ଠୀ ନିଶାନ୍ତ ୦୪:୪୮:୪୦ ଗତେ ସପ୍ତମୀ ତିଥି।ବୃଷଚନ୍ଦ୍ର ଅହୋରାତ୍ର। କୃତ୍ତିକା ଦିବା ୦୧:୪୩:୪୩ ଗତେ ରୋହିଣୀ ନକ୍ଷତ୍ର। ନିମାଇଁ ବାନାର୍ଜୀଙ୍କ ଜୟନ୍ତୀ। ଷଷ୍ଠୀ ତିଥିରେ ନିମ୍ବ ଏବଂ ନିଶାନ୍ତ ୦୪:୪୮:୪୦ ଗତେ ସପ୍ତମୀ ତିଥିରେ ତାଳ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।