ବଡତଇଲା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁ

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଡତଇଲା ବନାଞ୍ଚଳ ମଧ୍ୟରେ ଆଜି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି । ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବଣାଇଁ ବନଖଣ୍ଡ ଅଞ୍ଚଳରୁ ଗତକାଲି ସକାଳେ ଏକ ୧୦/୧୨ ବର୍ଷୀୟ ଦନ୍ତାହାତୀ ବାରକୋଟ ବନାଞ୍ଚଳ ଅନ୍ତର୍ଗତ ମରଡଙ୍ଗ ଗ୍ରାମ ନିକଟସ୍ଥ ବଡତଇଲା ସଂରକ୍ଷିତ ଜଙ୍ଗଲକୁ ଚାଲି ଆସିଥିବା ବନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ତେବେ ହାତୀର ପାଟିରୁ ଲାଳ ବାହାରୁଥିବା ସହ ସେ ସମ୍ପୁର୍ଣ୍ଣ ଦୁର୍ବଳ ହୋଇ ପଡିଥିଲା । ଏ ସମ୍ପର୍କରେ ସୂଚନା ପାଇ ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ଭୁବନେଶ୍ବର ସ୍ଥିତ ପ୍ରାଣୀ ସମ୍ପଦ ବିଭାଗ ବିଶାରଦ ଡାକ୍ତର ନିରଞ୍ଜନ ସାହୁଙ୍କ ସହ ଯୋଗାଯୋଗ କରି ଆଜି ହାତୀର ଚିକିତ୍ସାଧିନ ଅବସ୍ଥାରେ ହାତୀଟିର ମଧ୍ୟାନରେ ମୃତ୍ୟୁ ଘଟିଥିଲା ପରେ ବାରକୋଟ ପ୍ରାଣୀ ବିଭାଗ ଡାକ୍ତର ଦୀପକ କୁମାର ଷଡଙ୍ଗୀଙ୍କ ଦ୍ବାରା ହାତୀଟିର ମୃତ୍ୟୁ ଦେହକୁ ବ୍ୟବଛେଦ କରାଯାଇ ଜଙ୍ଗଲ ମଧ୍ୟରେ ପୋତି ଦିଆଯାଇଥିଲା । ହାତୀର ପାଟି ମଧ୍ୟରେ ଏକ ଟ୍ୟୁମର ସୃଷ୍ଟି ହୋଇଥିବା କାରଣରୁ ସେ ଖାଦ୍ୟ ଗ୍ରହଣ କରି ନପାରି ଦୃର୍ବଳ ହୋଇପଡି ଅନାହାର ଯୋଗୁଁ ପ୍ରାଣ ହରାଇଥିବା ଜଣାପଡିଛି ।

Comments
Loading...