ଛତୁ ଚାଷକରି ପରମାନନ୍ଦପୁର ମହିଳା ଗୋଷ୍ଠି ସ୍ୱାବଲମ୍ବନଶୀଳ ହୋଇପାରିଛନ୍ତି

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମେଦିନୀପୁର ଗ୍ରାମ ରହିଛି । ପରମାନନ୍ଦପୁର ଗ୍ରାମ ବେହେରା ପଡ଼ାର ମାଁ ବୃନ୍ଦାବତୀ ଛତୁ ଉତ୍ପାଦନ କାରୀ ଗୋଷ୍ଠି ଆଜି ଚର୍ଚ୍ଚିତ । ୨୦୦୨ – ୨୦୦୩ ମହସିହାରେ ବସ୍ତିର ମହିଳା ମାନେ ମିଶି ସ୍ୱୟଂସହାୟକ ଗୋଷ୍ଠି ଗଠନ କରିଥିଲେ । ସେହି ଦିନଠାରୁ ସେ ମାନେ ସଞ୍ଚୟ ଓ ଛୋଟ ଛୋଟ ବ୍ୟାଙ୍କ ଋଣ ନେଇ ବ୍ୟକ୍ତିଗତ ଭାବରେ ନିଜ ନିଜ ବ୍ୟବସାୟ କରି ନିଜ ଘରରେ ଆର୍ଥିକ ସ୍ଥିତ ସୁଧାରିବା ପାଇଁ ପ୍ରୟାସ ଜାରୀ ରଖିଥିଲେ । ଦୀର୍ଘ ୧୭ ବର୍ଷ ପ୍ରାୟ ହେବ ଦଳକୁ ସଂଗଠିତ କରି ଗ୍ରାମର ଉନ୍ନତି ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆସୁଛନ୍ତି । ବିଗତ ଜାନୁୟାରୀ ମାସଠାରୁ ଏକତାପରିଷଦର ସଂଗଠନର ପରାମର୍ଶରେ ଓ ସାହାଯ୍ୟରେ ସିପେଡ଼ ନାମକ ସଂସ୍ଥା ଦ୍ୱାରା ଛତୁ ଚାଷ କରିବା ପାଇଁ ତାମିଲ ନେବା ସହ ସେମାନଙ୍କୁ ଚାଷ ପାଇଁ ବିହନ ଓ ବିଭିନ୍ନ ଉପକରଣ ଯୋଗାଇ ଦେବା ଫଳରେ ସେମାନେ ଡ଼ିଙ୍ଗିରି ଛତୁ ଚାଷ ଆରମ୍ଭ କରିଥିଲେ ।

ଛତୁ ଗୁଡ଼ିକୁ ସ୍ଥାନୀୟ ବଜାରରେ ବିକ୍ରୟ କରି ସିପେଡ଼ ସଂସ୍ଥା ଦ୍ୱାରା ଗୋଲଡେନସିସ୍ ନାମକ କମ୍ପାନୀ କୁ କିଗ୍ରା ପ୍ରତି ୧୦୦ ଟଙ୍କା ଓ ଶୁଖିଲା କିଗ୍ରା ପ୍ରତି ୭୦୦ ଟଙ୍କା ଦରରେ ଦେବା ପାଇଁ ଚୁକ୍ତିବଦ୍ଧ ହୋଇଥିଲା । ଯାହାଫଳରେ ମହିଳାମାନେ ଉସ୍ୱାହିତ ହୋଇ ଚାଷ ପାଇଁ ଆଗଭର ହୋଇଥିଲେ । ପ୍ରଥମ ପର୍ଯ୍ୟାୟ ଚାଷରେ ସଫଳ ହେବାପରେ ଗ୍ରାମର ଅନ୍ୟାନ୍ୟ ମହିଳା ଗୋଷ୍ଠୀ ର ସଦସ୍ୟ ମାନେ ଚାଷପ୍ରତି ଆକୃଷ୍ଟ ହୋଇଥିଲେ । ଏକତାପରିଷର ଓ ସିପେଡ଼ ସଂସ୍ଥାର ସଂଯୋଜକ ସରୋଜ ବାଗ ଓ ମୁଖ୍ୟ ଇନ୍ଦ୍ର ସାହୁଙ୍କ ପରାମର୍ଶ କ୍ରମେ ଗ୍ରାମର ଅନ୍ୟାନ୍ୟ ଗୋଷ୍ଠିର ୩୨ ଜଣ ମହିଳା ମିଶି ମାଁ ବୃନ୍ଦାବତୀ ମହିଳା ଗୋଷ୍ଠି ସଂଗଠନ କରି ସାମୁହିକଭାବେ ଏକ ଜମି ଲିଜ୍ ନେଇ ସେଠାରେ “ଛତୁ ଚାଷ” ଆରମ୍ଭ କରିଛନ୍ତି । ସିପେଡ ଅନୁଷ୍ଠାନର ଟେକିନିକାଲ୍ ଏକ୍ସପୋର୍ଟ ଗରୁଡ଼ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକତାପରିଷର କର୍ମକର୍ତ୍ତା ଚିନ୍ମୟୀ ବେହେରା , ଏବଂ ମନ୍ଦାକିନି ବାଣୁଆ ସହଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଓରମାସ୍ ସଂସ୍ଥାର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀଯୁକ୍ତ ଯର୍ଜ କେର୍କେଟାଙ୍କ ପ୍ରଚେଷ୍ଟା ରେ ମହିଳା ଗୋଷ୍ଠୀ କୁ କର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଅଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରଜେକ୍ଟ ଡ଼ାଇରେକ୍ଟର , ହର୍ଟିକଲଚର, ଓ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ମଧ୍ୟ ପରିଦର୍ଶନ କରି ମହିଳା ମାନଙ୍କୁ ପରାମର୍ଶ ଦେବାସହ ଉତ୍ସଦିତ କରିଅଛନ୍ତି ।
ମାଁ ବୃନ୍ଦାବତୀ ପ୍ରଡ୍ୟୁସର ଗ୍ରୁପର ସଭାନେତ୍ରୀ ଗୌରୀ ପୁଲେଇ ଓ ସଂମ୍ଫାଦିକା ଯମୁନା ଗଉଡ଼ ଦୁହେଁ ମିଶି ଗୋଷ୍ଠିକୁ ଆଗେଇ ନେବାରେ ପ୍ରୟାସ ଜାରି ରଖିଛନ୍ତି ।।

Comments
Loading...