ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ ଶୁକ୍ଳ ସପ୍ତମୀ (ମଳ) ପ୍ରାତଃ ୦୭:୧୦:୨୮ ଗତେ ଅଷ୍ଟମୀ। ବୃଷଚନ୍ଦ୍ର ପ୍ରାତଃ ୦୬:୦୮ ଗତେ ମିଥୁନଚନ୍ଦ୍ର। ମୃଗଶିରା ସନ୍ଧ୍ୟା ୦୭:୨୩:୫୫ ଗତେ ଆର୍ଦ୍ରା ନକ୍ଷତ୍ର। ବିଜୟସପ୍ତମୀ ବ୍ରତ, ବିଜୟସପ୍ତମୀ ସ୍ନାନ। ବିଶ୍ୱ ଜଙ୍ଗଲ ଓ ବନୀକରଣ ଦିବସ। ବିଶ୍ୱ ବର୍ଣ୍ଣବୈଷମ୍ୟ ଉନ୍ମୂଳନ ଦିବସ।ବିଶ୍ୱ କାବ୍ୟ ଦିବସ। ସପ୍ତମୀ ତିଥିରେ ତାଳ ଏବଂ ପ୍ରାତଃ ୦୭:୧୦:୨୮ ଗତେ ଅଷ୍ଟମୀ ତିଥିରେ ନଡ଼ିଆ ଓ ଆମିଷ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।