ଡାବୁଗାଁ ,ରାଜ୍ୟ ସରକାରଙ୍କ ଦ୍ୱାରା ରବିବାର ମୋ କଲେଜ ଅଭିଯାନ ଆରମ୍ଭ ହୋଇଛି ଏଥିରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ରେ ଥିବା ଭୈରବ ଡିଗ୍ରୀ ମହାବିଦ୍ୟାଳୟ ଠାରେ ମଧ୍ୟ ମୋ କଲେଜ ଅଭିଯାନ ଡାବୁଗାଁ ଡିଗ୍ରୀ କଲେଜ ର ଅଧକ୍ଷ ଶଙ୍କର ପ୍ରସାଦ ଗାନ୍ତୟତ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ର ମାନ ବିଷୟରେ ଓ ମୋ କଲେଜ ଅଭିଯାନ ବିଷୟରେ ବୁଝାଇଥିଲେ । ଏହି ଅଭିଯାନରେ ଡାବୁଗାଁ ର ରାଜ୍ୟସଭା ସାଂସଦ ପ୍ରତିନିଧି ରାମରାଓ ଚୌଧୁରୀ , ସାଂସଦ ପ୍ରତିନିଧି ଏମ ଆପ୍ପା ରାଓ , ଡାବୁଗାଁ ଭୈରବ ଜୁନିଅର ମହାବିଦ୍ୟାଳୟର ଅଧକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମନେ ଉପସ୍ଥିତ ଥିଲେ ।ଏହି ଅଭିଯାନରେ ମହାବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।ଏହି ଅଭିଯାନରେ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ର ୪ ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।