ବାରମ୍ବାର ଜଲୁଛି ଜଙ୍ଗଲ ତଥାପି ବନବିଭାଗ ନିରବ

ଡାବୁଗାଁ :- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧିନ ଜଟାବାଲ ବନଖଣ୍ଡ ଅଧିନସ୍ଥ ପିପଲଗୁଡା ବନରେ ନିଆଁ ଲାଗିଛି। ଫଳରେ ବହୁ ମୂଲ୍ୟବାନ ବନସ୍ପତି ଓ ଔଷଧୀୟ ଗଛ ପୋଡି ନଷ୍ଟ ହୋଇଯାଇଛି। ରବିବାର ସନ୍ଧ୍ୟାରେ କୌଣସି କାରଣରୁ ପିପଲଗୁଡା ପାଖ ଜଙ୍ଗଲରେ ନିଆଁ ଲାଗିଥିଲା । ନିଆଁ କ୍ରମଶଃ ଅନିୟନ୍ତ୍ରିତ ହେବା ପରେ ମଧ୍ୟ ଡାବୁଗାଁ ବନ ବିଭାଗର କୌଣସି କର୍ମଚାରୀ ନିଆଁ ଲାଗିଥିବା ସ୍ଥାନକୁ ଯାଇନଥିଲେ ସ୍ଥାନୀୟ ବସିନ୍ଧା ମାନେ ନିଆଁ କୁ ଆୟତ୍ତ କରିଥିଲ ।ବନ ବିଭାଗର କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଡାବୁଗାଁ ଅଞ୍ଚଳରେ ଜଙ୍ଗଲ ସମ୍ପୂର୍ଣ୍ଣ ଧ୍ୱଂସ ହେବାକୁ ବସିଲାଣି । ଡାବୁଗାଁ ବନାଞ୍ଚଳ ର ଏକର ଏକର ଜଙ୍ଗଲ ନିଆଁ ଲାଗି ଧ୍ୱଂସ ହେବାକୁ ବସିଲାଣି ତଥାପି ନିଦ ଭାଙ୍ଗୁନି ବନବିଭାଗ କର୍ମଚାରୀ ମାନଙ୍କ । ଖାଲି ଏତିକି ନୁହେଁ ବନ ବିଭାଗ କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ବହୁ ଔଷଧୀୟ ଗଛ, ବନ୍ୟା ପ୍ରାଣୀ ମଧ୍ୟ ଜଳି ପାଉଁଶ ହଇଯାଇଥାନ୍ତେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଜଙ୍ଗଲ ସୁରକ୍ଷା ନେଇ ବନବିଭାଗ ଦ୍ୱାରା ସଚେତନତାକାର୍ଯ୍ୟକ୍ରମ କେବଳ ନାମକୁ ମାତ୍ର ।କାରଣ ଏହି କେତେ ବର୍ଷ ଭିତରେ ଡାବୁଗାଁ ବନାଞ୍ଚଳ ଅଧିନ ରେ ଥିବା ଜଙ୍ଗଲ ପ୍ରାୟତଃ ପତଳା ହୋଇ ଗଲାଣି ! ଏଥିପ୍ରତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ରହିଛି ଏବଂ ଡାବୁଗାଁ ବନବିଭାଗ ଦାଇତ୍ୱରେ ଥିବା କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି ।

Comments
Loading...