ବୁରୋମାଲ ମାଁ କରମସାନୀ କଳା ପରିଷଦ ତରଫରୁ କରୋନା ଏବଂ ମ୍ୟାଲେରିଆ ସଚେତନତା

ଖପ୍ରାଖୋଲ ବ୍ଲକ ଅଞ୍ଚଳ ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା।ତା ସହିତ ଏକ ବର୍ଷ ହେଲା କୋରାନା ମହାମାରୀ ଲୋକଙ୍କୁ ଭୟଭୀତ କରି ରଖିଛି।ଏପରି ସମୟରେ ବହୁ ସ୍ବେଛାସେବୀ ମାନେ ବିଭିନ୍ନ ପ୍ରକାରର ସେବା ଯୋଗାଇ ଆସୁଛନ୍ତି। କିନ୍ତୁ ଏକ ଭିନ୍ନ ପ୍ରକାରର ସେବା ଯୋଗାଇ ଦେବାପାଇଁ ବାହାରିଛନ୍ତି ବୁରୋମାଲ ର ମାଁ କରମସାନୀ କଳା ପରିଷଦ ର ସଦସ୍ୟ ବୃନ୍ଦ। ପଞ୍ଚାୟତ ପଞ୍ଚାୟତ ଯାଇ ଲୋକଙ୍କୁ କରମା ନାଚ ଦ୍ବାରା ମ୍ୟାଲେରିଆ ଏବଂ କରୋନା ରୁ କିପରି ନିଜର ଏବଂ ଲୋକଙ୍କ ଜୀବନ ରକ୍ଷା କରିପାରିବେ ନାଚ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ହରିଶଙ୍କର ମନ୍ଦିର ପରିସରରେ ନିଜର ନାଚ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମ କରମା ଦଳର ମୁଖ୍ୟ ଶ୍ରୀ ଗଣପତି ବିରି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ହରିଶଙ୍କର ମନ୍ଦିର ର ମୁଖ୍ୟ ପୂଜକ ଶ୍ରୀ ତ୍ରିନାଥ ପୂଜାରୀ, ହରିଶଙ୍କର ମନ୍ଦିର ର ମ୍ୟାନେଜର ଶ୍ରୀ ଭାଗ୍ୟବନ୍ତ ସାହୁ,ନାନ୍ଦୁପଲା ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଯଶୋବନ୍ତୀ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏପରି ଏକ ନିଆରା କାର୍ଯ୍ୟକ୍ରମ ଦେଖି ଲୋକମାନେ କରମା ଦଳକୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖା ଯାଇଥିଲା।

Comments
Loading...