ପାଣି ମୋଟର ଚୋରି ଅଭିଯୋଗରେ ତିନି ଗିରଫ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାଉଲବାଞ୍ଜି ଗ୍ରାମ ରୁ ପାଣି ମୋଟର ଚୋରି ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ଚାଉଲବାଞ୍ଜି ଗ୍ରାମ ର ଶଙ୍କର ଛତ୍ରିଆ ଏବଂ ଦୂର୍ଯ୍ୟଧନ୍ ଛତ୍ରିଆ। ସେହିପରି ଚୋରି ମୋଟର ରଖିଥିବା ଅଭିଯୋଗରେ ଡମଣିମାଲ୍ ଗ୍ରାମ ର ଚୈବନ ନାଗ ବୋଲି ଜଣାପଡିଛି। ସୂଚନା ଅନୁସାରେ ବନମାଲ ଗ୍ରାମ ର ବିନୋଦ ଭୋଇ ନିଜ ଚାଷ ଜମିରେ ଲାଗିଥିବା ତିନି ଏଚପି ଲୁବି ସମରସେବୁଲ୍ ମୋଟର ଚୋରି ହୋଇଥିବା ଥାନା ରେ ୨୧ ତାରିଖ ରେ ଅଭିଯୋଗ କରିଥିଲେ। ଏନେଇ ଖପ୍ରାଖୋଲ୍ ଥାନା ପୋଲିସ ଧରପଗଡ କରିବା ପରେ ଚୋର ମାନେ ଧରା ପଡ଼ିଥିଲେ। ଏନେଇ ଏ.ଏସ୍.ଆଇ ସେବନ କେରକେଟା ସୂଚନା ଦେଇଛନ୍ତି।

Comments
Loading...